STORYMIRROR

Jyoti Prakash Sahoo

Abstract

2  

Jyoti Prakash Sahoo

Abstract

ସମୟ

ସମୟ

1 min
250

ସମୟ, କେତେବେଳେ ଖରାପ

ତ କେତେ ବେଳେ ପୁଣି ଭଲ

କେତେବେଳେ କଷ୍ଟ ଦେଇଯାଏ

କେତେବେଳେ ପୁଣି ବୁଝେଇ ବି ଥାଏ


ଖରାପ ସମୟ ଅପସରିଯାଏ

କାରଣ, ସମୟ ଉପରେ ସମୟର ହିଁ ଅକ୍ତିଆର ନଥାଏ

ସେ ତ ସ୍ୱୟଂ ଭଗବାନଙ୍କ ଇଚ୍ଛା ଅନୁସାରେ, ଚାଲିଥାଏ

ଭଲ ସମୟର ଅପେକ୍ଷାରେ, କିନ୍ତୁ ଯିଏ ହାର ମାନିଯାଏ

ଏଇ ସମାଜ ତାକୁ ଆହୁରି, ଉପେକ୍ଷିତ କରିଥାଏ


ସମୟର ପରିସୀମାରେ ନିଜକୁ ଉପେକ୍ଷିତ ମନେକରି

ଯିଏ ନିଜର ଅସ୍ତିତ୍ବ ହରେଇଥାଏ

ସିଏ ସତ ଚେଷ୍ଟା କଲେ ବି,

ସମୟ କୁ କେବେ ବୁଝିପାରିନଥାଏ


ଯିଏ ବି କହିଛି ସମୟ ବହୁତ ମୂଲ୍ୟବାନ,

ସେ ଠିକ ହିଁ କହିଛି

ବୋଧେ ସେ, ସମୟର ପ୍ରତିଟି ମୁହୁର୍ତ୍ତକୁ, ନିଜର କରି

ନିଜକୁ ସମୟଠାରେ, ସମର୍ପି ଦେଇଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract