STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ଫୁଲ ମନ

ଫୁଲ ମନ

1 min
248


ଏମିତି ତ ନିତି ନିତି ସେ କେତକୀ

କେତେ କଥା କହେ ଆନେ 

ବାସ ନାହିଁ ବୋଲି ପଳାସ ଫୁଲର

ନୀରବରେ ମନେ ମନେ

ଭାବେ ରାତିକ ସାଥି ହୁଅନ୍ତାକି ହେନା

ପ୍ରତିଶ୍ରୁତି ଗହନ ବନେ

ସଜାଫୁଟା ଫୁଲ ଗୋଳାପର କଣ୍ଟା

କହେ ପଳାସ କାନେ

ରଙ୍ଗ ରୂପ ପରା ଅଢେଇ ଦିନିଆଁ

କାନ୍ଦିବାର ନାହିଁ ମାନେ

କିଆଫୁଲ ପରି ବାସ ଭରି ଏତେ

ସରମରେ ଘୋର ବନେ

ଅଦିନିଆ ଜହ୍ନ ତାକୁ ଦେଇ ମନ

ଝରିଯାଏ ବନ ଉପବନେ

କୃଷ୍ଣ ଚୁଡା ସିନା ଡାକେ ହାତ ଠାରି

ରାଜନୀଗନ୍ଧାକୁ ଦିନେ ଦିନେ

ମନ୍ଦାର ଗେଣ୍ଡୁ ଜୁଇ ଜାଇ ମଲ୍ଲୀ ଫୁଲ

କହନ୍ତି କ୍ଷଣିକ ସୁଖର ମନେ

ଭୁଲିଯିବା ନାହିଁ ଦେବତାର ପାଦେ ଲାଗିବାକୁ

ଜନମ ଆମ ସବୁଦିନେ

ସୋରିଷ ଫୁଲର କ୍ଷତ ଧାରେ ଧାରେ

ଅଳସି ଫୁଲର ବନେ

ସୂର୍ଯ୍ୟମୁଖୀ କହେ ମନକଥା ତାର

ସୂର୍ଯ୍ୟଙ୍କୁ ଅନାଇ ଦିନେ

ସବୁକଥା ପଛ ଆଜି କଥା ଆଜି

ଗୁଞ୍ଜରଣ ଫୁଲବନେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract