STORYMIRROR

Prabir Kamila

Abstract

3  

Prabir Kamila

Abstract

କବନ୍ଧ

କବନ୍ଧ

1 min
162


ଦୀର୍ଘଦିନର ବିରାମ

ତଥାପି ଶୋଷ ମେଣ୍ଟୁନି

ଜୀବନ ତମାମ

ଗଳ୍ପ କବିତା ସବୁ

ନିରବୀ ଗଲେ କାହିଁକି?

ହଜାରେ ପ୍ରଶ୍ନ

ଅଥଚ ନିରୁଦ୍ଦିଷ୍ଟ ଉତ୍ତର

ହଁ, ଧାଡ଼ିଏ ମନେ ପଡୁଛି

ଯାହା ଲେଖା ହୋଇଥିଲା ଶେଷଥର।

ହରେଇବା ର ଦୁଃଖ ନାହିଁ,

ପାଇ ବି କୋଉ ଖୁସି ଅଛି ଯେ

ଶୋଷ ର କ'ଣ ଶେଷ ଥାଏ?

ରାଉରାଉ ଡାକୁଥିବା କାଉ ଟା

ଟିକେ ଜଳ ଥିବା ମାଠିଆ ଭିତରକୁ

ସେମିତି ଗୋଡ଼ି ପକାଉଥାଏ

ଆଶାର ଆଖି ପାଉନଥିବା ଆଁ ଭିତରେ

କେହିଜଣେ ଦେଖୁଥାଏ

ନିଜ ସ୍ବପ୍ନ ର ବିଶ୍ବବ୍ରହ୍ମାଣ୍ଡ

ଏଣେ ଧିରେ ଧିରେ

ଅବଶ ହେଇଆସୁଥାଏ

ଜଡ଼ ନଶ୍ବର ଏ ପିଣ୍ଡ।

କେବେ କେମିତି

ମନେ ମନେ ଗୁଣୁଗୁଣାଏ

ଖୋକା ଭାଇର ସେଇ ଗୀତ

"ହାରିଯାଇଥିବା ଲୋକର କି ଅଛି

ଜିଇଁଲେ ଜିଇଁଲା ନହେଲେ ନାହିଁ"

ସତକଥା,

ଜିଇଁ ଥିବା ବେଳେ

କେତେ ସରାଗ କେତେ ଭାବ

ମଲା ପରେ କିଏ ବା କାନ୍ଦେ

କାହା ଆଖିରୁ ଲୁହ ଟୋପେ

ଝରି କି ପଡ଼େ କେବେ କାହା ପାଇଁ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract