STORYMIRROR

Prabir Kamila

Abstract

3  

Prabir Kamila

Abstract

ପିପାସା

ପିପାସା

1 min
133

 


ଶ୍ରାବଣ ଛୁଇଁଲେ ତମ କଥା ମନେପଡ଼େ

ପୁରୁଣା ଡାଏରୀ ର ପୃଷ୍ଠା ଗୁଡ଼ା 

ଫଡ ଫଡ ହେଇ ଉଡ଼େ 

ଏଇ ଯେ ସେଦିନ ତମେ କେତେ ଭିଜୁଥିଲ

ମୋରି ସାମ୍ନାରେ ମୁକୁଳା କେଶରେ

ମୁଣ୍ଡରୁ ଗୋଡ଼ ଯାଏଁ ଓଦା ସରସର ହୋଇ

ଆଖିକୁ ଆବୋରି ଧରୁଥିବା ତମର ସେଇ

ପିଙ୍କ୍ ପତଳା ସଲୱାର୍ କମିଜ୍ ରେ।

ବେହାଲ୍ ବର୍ଷାର ବେଲଗାମ୍ ଧାରା

ମେଘ ପରି ମାଟି ମୁହାଁ 

ମୋ ପ୍ରେମ ର ଅପୂର୍ଣ୍ଣ ପସରା 

ତମ ଷୋଡ଼ଶୀ ତନୁର ଉଷ୍ଣ ଆମନ୍ତ୍ରଣ 

ମୋ ସାମ୍ନାରେ ଏକ ଅସମାହିତ ପ୍ରଶ୍ନ

ଆଉ ମୁଁ ମୋ ନିଜ ଭିତରେ ହିଁ ମଗ୍ନ

ଏକ ନିରୁପାୟ ନିରବ ମୂହୁର୍ତ୍ତ

ମନେ ମନେ କରୁଥାଏ 

ମହାତ୍ମା ଟିଏ ପରି ମନ୍ତ୍ର ଉଚ୍ଚାରଣ।

ସତରେ, ମୋର ବୁଝିବାର ଥିଲା

କାହିଁକି ତୀବ୍ର ହୁଏ ବର୍ଷା

କାହିଁକି ଉଗ୍ର ହୁଏ ତୃଷା

କେମିତି ଶୀତଳ ହୁଏ

ଖରାଖିଆ ଜ୍ୟେଷ୍ଠର ତାତି

ଅବା ଲାଭା ଭର୍ତ୍ତି ଗୋଟେ

କୁଆଁରୀର ଉତ୍ତପ୍ତ ଛାତି

ଶ୍ରାବଣର ଶୀତଳ ଛୁଆଁରେ।

ବାସ୍, ସେଦିନ ମୋତେ ପାଲଟିଯିବାର ଥିଲା

ବାଦଲଫଟା ମୁଷଳ ବର୍ଷାର ଧାରା

ଶ୍ରାବଣୀର ଶିହରିତ ସିତ୍କାରରେ

କମ୍ପାଇବାରଥିଲା ଆକାଶ ଟା ସାରା 

ଆଉ ସେଇ ବର୍ଷାଅଭିସାର ପରେ

ତମେ କେବେ ବି ଏମିତି ଭିଜୁ ନଥାନ୍ତ 

ଏଇ ଝରା ଶ୍ରାବଣରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract