STORYMIRROR

Prabir Kamila

Romance

2  

Prabir Kamila

Romance

ଶେଷ ଚିଠି

ଶେଷ ଚିଠି

1 min
13.9K


ଶେଷ ଚ଼ିଠି
ସେଇ ଟା ଥିଲା ତମ ଶେଷ ଚ଼ିଠି
ତାକୁ ଏ ଯାଏଁ ସାଇତି ରଖିଛି
ପୁରୁଣା ପେଟରାରେ, ସେମିତି ଭାଙ୍ଗକରି
ଯେମିତି ତମେ ଚ଼ଉତି,ଲଫାପାରେ ପୁରେଇ ଥିଲ
ଚ଼ିଠିଟା ଏବେ ବି ସେମିତି ମହ ମହ ବାସୁଛି
ତମ ଦେହର ବାସ୍ନା ପରି
ସତେଜ ଲାଗୁଛି
ତମ କଅଁଳ ଓଠ ପରି
ଥାଉ ଆଉ ବେଶି ବର୍ଣ୍ଣନା କରି
କିଛି ଲାଭ ନାହିଁ
ଚ଼ିଠିଟା ଅଛି, ତମେ ତ ନାହଁ
ଖାଲି ସ୍ମୃତିକୁ ଇଞ୍ଚାଡ଼ିଲେ
ଆଖି ଯାହା ଓଦା ହେବ
ତମ ସ୍ମୃତି ପାଇଁ, ଚ଼ିଠିଟା ହିଁ ଯଥେଷ୍ଟ
ଚ଼ିଠି ଭିତରେ ତମେ ହିଁ ଅଛ
ବାସ୍ ଏତିକିରେ ମନଟାକୁ ବୁଝେଇଦେବି.

ପ୍ରବୀର କୁମାର କମିଳା
ଚ଼ାନ୍ଦମାରୀ ପଡ଼ିଆ,ସହଦେବଖୁଣ୍ଟା,ବାଲେଶ୍ବର
11.7.2017

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance