STORYMIRROR

Prabir Kamila

Inspirational

3  

Prabir Kamila

Inspirational

ପାପ - ପୂଣ୍ୟ

ପାପ - ପୂଣ୍ୟ

1 min
13.3K


ପାପ - ପୂଣ୍ୟ
ଜୀବନ ତରାଜୁର
ଦୁଇଟି ପଲା,
ଗୋଟେ ପଟେ ପାପ ତ
ଅନ୍ୟ ପଟେ ପୂଣ୍ୟ,
କେବେ ପାପର ପଲା ଭାରି ତ
କେବେ ପୂଣ୍ୟର,
ପାପପୂଣ୍ୟର ସମତୁଲ କରେ
କୃତକର୍ମର ନିରପେକ୍ଷ ମୂଲ୍ୟାୟନ,
ନିର୍ଦ୍ଧାରିତ ହୁଏ,ଅବଶିଷ୍ଟ ଜୀବନ|,
ପୂଣ୍ୟ ପୂଣ୍ୟ ବୋଲି ଚ଼ିତ୍କାର କରୁଥିବା
ପୂଣ୍ୟକାମୀ ମଣିଷ ମନ ଭିତରେ
କିନ୍ତୁ ଚ଼େଇଁ ଶୋଇ ରହିଥାଏ
ଏକ ଅଦମ୍ୟ ପାପ,
ଯଦି କେବେ ଜାଗିଉଠେ,
ସେଇ ଉଗ୍ର,ଅରଣା ପାପ
ନିଜ ନିକିତିର ସମତୁଲତା
ହରାଇବସେ
ପୂଣ୍ୟକାମୀ ସେଇ ମଣିଷଟି,
ଦବିଯାଏ ପାପର ପଲା
ଓ ଶେଷରେ କମି କମି ଆସେ
ପୂଣ୍ୟର ଭାର,
ହୋଇ ଯାଏ ଶେଷ ଶୂନ୍ୟ|

ପ୍ରବୀର କୁମାର କମିଳା
ଚ଼ାନ୍ଦମାରୀ ପଡ଼ିଆ,ସହଦେବଖୁଣ୍ଟା,ବାଲେଶ୍ବର
23.7.2017


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational