Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ବିଭାବରୀ

ବିଭାବରୀ

1 min
150



ପକ୍ଷୀଟିଏ ଦେଖି ଆଖି ଯାଏ ଲାଖି

ଆଗାଡିରୁ ଧାନ ଗଣ୍ଡେ ପରି

କୁଲାରୁ ଆଗାଡି ନେଲା କେ ଅଜାଡି

ଅତୀତ ଦହନ ପରି ସରି l

ସବୁଦିନ ନାହିଁ ଚାନ୍ଦିନୀ ରାତି ସବୁଦିନ

ନାହିଁ ଭାବ ପୀରତି ବାରି

ସୁନାଝରା ମନ ପାଇ ଲାଗେ ବୃନ୍ଦାଵନ l

ଏଇଠି ସବୁ ପାଇକି ଭାରରେ ଭରି

ନୂତନ ଆଶାରେ ମିଶି ପୁରାତନ ସିନ୍ଧୁ

ସାତତାଳ ପଙ୍କ ଉଝାଳେ ମରି l

ମନ କେବେ କାଶୀ କେବେ ବାରଣାସୀ

ମନ ଗହନରେ କେ ହୁଏ ସରି

ପକ୍ଷୀ, ପିମ୍ପୁଡି, ପାରା, ପ୍ରଜାପତି,ଫୁଲମତି l

ପ୍ରକୃତି ଆକାଶେ ସୁଷମା ଭରି

ଭଲଲାଗେ ଟିକେ ଜିଇଁବାକୁ ଦିଘଡି ଏଠି

ଋତୁ ଆସୁ ଯାଉ ପ୍ରକୃତି ବିଭାବରୀ l

ପ୍ରକୃତି ରଖିଛି ଆନମନା କରିବାକୁ ଏତେ

ସକାଳରୁ ସଞ୍ଜ ହେଉଛି ଘାରି

ସୁକୁମାରୀ ରାଜାଜେମା ରାଣୀ ସେ ପ୍ରକୃତି l

କୋଳ ତା ଉଷୁମ ଭାରି

ପରଶ ସରସ ସାରସ ବରଷ ବରଷକୁ

ଉପମା ସୁଷମା ଅଳ୍ପ ଗଳ୍ପ ପରି l



Rate this content
Log in

Similar oriya poem from Abstract