କ୍ୟାଲେଣ୍ଡର
କ୍ୟାଲେଣ୍ଡର
ସମୟ ସାରଣୀ ସେ
ମାନବ ସମାଜର
ସକଳ ବିଧି ବିଧାନ
ମାଳାଟିଏ ସିଏ ପର୍ବପର୍ବାଣୀ ର
ଜ୍ୟୋତିର୍ବିଦ ମାନେ ପ୍ରସ୍ତୁତ କରନ୍ତି
ହୋଇ ଅହୋରାତ୍ର ଉଜାଗର
ସେ କ୍ୟାଲେଣ୍ଡର
ଆମ ପ୍ରିୟ କ୍ୟାଲେଣ୍ଡର ।
ଗାଁ ଠୁ ସହର
ଦେଶ ଠୁ ସବୁଠି
ତାହାର ରହିଛି ଆଦର
ତା ବିନା ଆମ କାର୍ଯ୍ୟକ୍ରମ
ହୋଇଥାଏ ଗୋଳମାଳ
ସମାଜେ ଶୃଙ୍ଖଳା
ପରିବାରେ ଶୃଙ୍ଖଳା
ରଖେ ସେ ଆମର
ହିସାବ ରଖଇ
ବର୍ଷ ମାସ ଦିନ ଓ ଦଣ୍ଡର
କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର।
ବିଶ୍ଵ ବାସୀଙ୍କ କଲ୍ୟାଣ ନିମନ୍ତେ
ରହିଥାଏ ଅବା ସେ ହୋଇ ଜଗୁଆଳ
ସୂର୍ଯ୍ୟ,ଚନ୍ଦ୍ର, ତାରା, ଗ୍ରହ ନକ୍ଷତ୍ରର
ଗତବିଧି ପରଖଇ ସେ ବରାବର
ନାହିଁ ଜାତି ନାହିଁ ଧରମ ଭେଦର
ସର୍ବ ଜାତି ସର୍ବ ଧର୍ମର
ଏ ଅଟେ ସମନ୍ଵୟ ସ୍ଥଳ
ସାରା ବିଶ୍ଵର ପାଞ୍ଜି ପୁସ୍ତିକା
ଜନ୍ମ ଜୟନ୍ତୀ ଶ୍ରାଦ୍ଧବାର୍ଷିକୀ
ଉଲ୍ଲେଖ କରଇ
ସବୁ ଦିନ ବାର
ଉଦୟ ରୁ ଅସ୍ତ
ସବୁ ର ଖବର କରି ହସ୍ତଗତ
ସମାଜ ର ସତେ ପ୍ରହରୀ ଜାଗ୍ରତ
ଘଟଣା ଦୁର୍ଘଟଣା ସବୁ
ଧାରଣ କରିଛି ତା'ର ଶରୀର
ଶାନ୍ତି, ମୈତ୍ରୀ, ଏକତା ର
ମୂଳ ମନ୍ତ୍ର ଅଟେ
ଆମ ପ୍ରିୟ କ୍ୟାଲେଣ୍ଡର ।
ରାଜନୀତି, କୃଷିନୀତି, ଶିଳ୍ପନୀତି
ଦର୍ଶାଇ ଦିଏ ତା'ର ବଳିଷ୍ଠ ଶରୀର
ଉଲ୍ଲେଖ କରିଛି
କାର୍ଯ୍ୟ ଦିବସ ଛୁଟି ଦିବସ ର
ସେ ସମୟାନୁବର୍ତ୍ତୀ
ଚକ୍ର ଅଟେ ସମୟର
ସେ ବିଶ୍ଵ ବ୍ରହ୍ମାଣ୍ଡ ମହାକାଳ
ନିୟନ୍ତା ଅଟେ
ଭୂତ ଭବିଷ୍ୟ ବର୍ତ୍ତମାନ ର
ସେ ହିଁ ନିର୍ମାତା
ସୃଷ୍ଟି ସ୍ଥିତି ସଂହାର ର
ସେ କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।
