STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ଝଙ୍କଡବାସିନୀ

ଝଙ୍କଡବାସିନୀ

1 min
128


   ଝଙ୍କଡବାସିନୀ ସଂକଟ ହାରିଣୀ

   ଦୁଃଖ ବିନାଶିନୀ ତୁ ଲୋ ମା ଶାରଳା

   ପାପ ବିନାଶିନୀ ଆଶିଷ ଦାୟିନୀ

   ଜଗତ ଜନନୀ ତୁ ଲୋ ମା ଶାରଳା ।

    

    ସିଦ୍ଧେଶ୍ଵର ପରିଡ଼ା ଙ୍କୁ 

    ସିଦ୍ଧି ଦେଇ ତୁ ଲୋ 

    ହେଲେ ସେ ଦାସ ଶାରଳା

    ସିଦ୍ଧି ଦାତ୍ରୀ ତୁହି ବୁଦ୍ଧିଦାତ୍ରୀ ତୁହି

   ଜଗତେ ପ୍ରସିଦ୍ଧି ଲଭିଛୁ 

     ତୁ ଲୋ ମା ଶାରଳା ।


   ଝଙ୍କଡେ ବସି ତୁ

   ଜଗତେ ହସି ତୁ

   ହସି ହସାଉ ତୁ ତୋ ଭକତ ପରା

   ଭକତି ଭାବରେ ଭକତ ବାନ୍ଧିଛୁ

   ତୁ ରଚାଇଥାଉ ଏ ଜଗତେ ଲୀଳା

   ତୁହି ଶକ୍ତିଦାତ୍ରୀ ତୁହି ମୁକ୍ତିଦାତ୍ରୀ

   ତୋର ପାଇଁ ସିନା ଚାଲେ

   କେତେ ଲୀଳା ଖେଳା

   ଝଙ୍କଡବାସିନୀ    

ମା ଶାରଳା ଲୋ ମା ଶାରଳା ।


   ନୀତି ନୈତିକତା ର 

   ଅଟୁ ଦେବୀ ତୁହି

   ବସିଛୁ ଝଙ୍କଡେ ଶାରଳା ନାମ ବହି

   ତୋର ତ ଭକତ ସାଜି ପାଟଘଣ୍ଟ

   କରେ ତୋ ନାମେ 

   କେତେ କେତେ ଲୀଳା

   ତୋହରି ମହିମା ପ୍ରଚାରିତ କରେ

    ଗ୍ରାମେ ଗ୍ରାମେ ପୁଣି ସହରେ ପରା

    ସବୁ ତୋର ଲୀଳା 

    ସବୁ ତୋ ଭକ୍ତିର ଖେଳା

    ଜଗତେ ତୋ ଖ୍ୟାତି 

    ତୁ ଗତି ମୁକ୍ତି ସଂସାର କଟକେ

    ତୁହି ଭକ୍ତି ପ୍ରଦାୟିନୀ 

    ତୁହି ମା ଶାରଳା

   ଝଙ୍କଡବାସିନୀ 

   ମା ଶାରଳା ଲୋ ମା ଶାରଳା ।


    

      

   


   

      

     




     


Rate this content
Log in

Similar oriya poem from Abstract