STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ସେବା

ସେବା

1 min
144


   ସେବା କରୁଅଛି ନିଇତି

   ପରିବାର ରଖେ ସାଇତି

ନିଜର ଯତନ ନିଜେ ନ ନେଇକି

   ରୋଗ ଭଣଭଣ ଭରତି।୧।

   ବିବାହ କରିବା ଦିନରୁ

   ସ୍ବାମୀର ସେବାଟା ଜରୁରୁ

ଖୁଆଇ ପିଆଇ  ଅଫିସ ଛାଡି଼ବା

   ଧରମ ଭାବିଲି ମନରୁ।୨।

   ପୁଅବୋହୂ ସେବା ଆଜିକି

   କରିକରି ହେଲି ବୁଢୀ଼କି

ସେମାନେ ତାଙ୍କର  ପିନ୍ଧିଥିବା ଜାମା

   ସଫା କରନ୍ତିନି କାହିଁକି?।୩।

   ଝିଅର ନିଆରା ଅଭାବ

   କଥା ଆଉ କାମ ଅଜବ

ତଥାପି ମାଆ ମୁଁ  ହୃଦୟ କାନ୍ଦେ

   ମମତା ବାନ୍ଧିକି ଗରବ।୪।

   ନାତି ନାତୁଣୀର ଅଝଟ

   ସେବା କରୁଅଛି ଝଅଟ

ନକରି ପାରିଲେ  କୋରି ଖାଉଛନ୍ତି

   କାହିଁକି କେଜାଣି କପଟ?।୫।

   ବୟସ ହେବାରୁ ବୋଲିକି

ଚାଲି ପାରୁନାହିଁ  ବିଛଣାରେ ସଢି଼

   ଗଡି଼ବାରୁ ହେଲା ଭେଳିକି?।୬।

   ପୁଅ ଅବା ବୋହୂ ନିଜର

   ସମୟ ନାହିଁରେ କାହାର

ଘୁଅମୁତ ହୋଇ  ବିଛଣାରେ ଥାଇ

   ଡାକୁଛି ଈଶ୍ବର ଈଶ୍ବର।୭।

   ଆଜିକାଲି ସେବା କରିବା

   ଦେଇଥିଲେ ପାଇ ଭୁଲିବା

ସମୟଟା ବଡ଼  ବଳବାନ ଜାଣି

   ତଥାପି ମିଛରେ ଚାଲିବା?।୮।

   ମିଛମାୟା ଏହି ସଂସାର

   ସବୁ ହିଁ ଭେଳିକି ଜହର

ସେବା କରିବ ତ  ଈଶ୍ବରଙ୍କ ହେଉ

   ନହେଲେ ଝରିବ ଆଖିର।୯।

   ପ୍ରଣାମ ଘେନ ହେ ଈଶ୍ବର

   ତୁମ ସେବା ବିନା ଆଜିର

ଭୋଗ ମୁଁ କରୁଛି  ଭୋଗୀଟିଏ ହୋଇ

   ଯଥାଶୀଘ୍ର ଦିଅ ଜହର।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract