STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ଚାରୋଟି କବିତା

ଚାରୋଟି କବିତା

1 min
139


        ବାପା

ଦିନସାରା ଯିଏ ଖରା ବର୍ଷା ଶୀତ

   ଖାତିର ନ କରି କର୍ମ

କରୁଥାଏ ନିତି ପରିବାର ପାଇଁ

   ବୁଝିକି ଘରର ମର୍ମ

   ନେଇଯାଉ ପଛେ ଯମ

ତଥାପି ହସିକି କର୍ତ୍ତବ୍ଯରେ ମଗ୍ନ

   ଭାବେ ଏ ତାହାର ଧର୍ମ।

         

        କ୍ଷମା

ବାରମ୍ବାର ମୁହିଁ ଭୁଲ କରିକରି

    ମାଗୁଥିଲି ତାଙ୍କୁ କ୍ଷମା

ଦେଉଥିଲା ସିଏ କ୍ଷମା ତ ନିଶ୍ଚୟ

   ଯା' ହୃଦେ ନାହିଁ କାଳିମା

   ପଶ୍ଚାତାପ ପରେ ଧିମା

ହସିକି କହିଲା ଫେରି କି ପାଇବ

   ନିଜ ଭୁଲ ପରିସୀମା?

         

       ଜଗନ୍ନାଥ

ଯେଉଁ ରାଇଜରେ ଗୁପ୍ତଗଙ୍ଗା ବହେ

   ଯା'ପାଦ ସାଗର ଛୁଏଁ

ଯେଉଁ ରାଇଜଟି ସବୁଜିମା ଦେଖି

   ପକ୍ଷୀକୁଳ ଗୀତ ଗାଏ

   ପବିତ୍ର ପବନ ଥାଏ

ସେ ନୀଳକନ୍ଦରେ ଯେ'ଶାସନ କରେ

   ପ୍ରଭୁ ଜଗନ୍ନାଥ ସିଏ।

         

      ଲାବଣ୍ଯବତୀ

ଲାବଣ୍ଯବତୀ ହେ ମାନସିକ କନ୍ଯା

     ଉପେନ୍ଦ୍ରଭଞ୍ଜ

ଅପାର ସୌନ୍ଦର୍ଯ୍ଯ ପ୍ରାକୃତିକ ପରି

    ଯେମିତି ସଞ୍ଜ

    ବାଜିଲେ ବେଞ୍ଜ

ନାଚିବ ହୃଦୟ ପବନ ସମାନ

    ସୃଜିଛି ଭଞ୍ଜ।

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract