STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମହିଳାଙ୍କ ଶକ୍ତି ସ୍ମରଣୀୟ

ମହିଳାଙ୍କ ଶକ୍ତି ସ୍ମରଣୀୟ

1 min
328

ମହିଳା ଗର୍ଭରୁ ସନ୍ତାନ ଉତ୍ପତ୍ତି

  ମନୁଷ୍ୟ ସମାଜ ହୁଏ,

ପୁତ୍ର ଅବା ପୁତ୍ରୀ ଗର୍ଭରୁ ଜନମ

  ନିର୍ମାଣ ରାଷ୍ଟ୍ରର ହୁଏ।


ଥାଏ ଦିନେ ସେହୁ ପୁତ୍ର ପୁତ୍ରୀ ହୋଇ

  ଭାଇ ଭଉଣୀ ସମ୍ପର୍କ,

ବିଭା ହେଲେ ଯାଏ ଶାଶୁ ଘରେ ତାର

  ସେଠି ପୁତ୍ରବଧୁ ସମ୍ପର୍କ।


ଗୃହ ଲକ୍ଷ୍ମୀ ହୁଏ ଶାଶୁ ଘରେ ଯାଇ

  ସନ୍ତାନର ମାଅ ହୁଏ,

ପ୍ରଭୁଙ୍କ ଭିଆଣ ଏ ଭବ ସଂସାର

  ସମ୍ପର୍କ ହି ଲାଗି ଥାଏ।


ଆଇ ବୁଢୀ ହୋଇ ଗୋପ କହୁଥାଏ

  ନାତି ନାତୁଣୀ ସମ୍ପର୍କେ,

ନାରୀ ଶକ୍ତିମୟୀ ଯୁଗେଯୁଗେ ଥିବ

  ଭୂଷିତ ହୁଏ ସମ୍ପର୍କେ।


କଳିଯୁଗ ଏହୁ ମହିଳାଙ୍କ ଶକ୍ତି

  ଗୁଞ୍ଜୁ ଅଛି ବିଶ୍ବେ ଗାଥା

ଦୁଃଖ କଷ୍ଟେ ରହି ଗରିବ ହେଲେ ଭି

   ସନ୍ତାନେ ସଂସ୍କାର କଥା।


ପତିବ୍ରତା ନାରୀ କର୍ତ୍ତବ୍ୟେ ଭୂଷିତ

  ସନ୍ତାନେ ଦେଇଛି ଶିକ୍ଷା,

ସନ୍ତାନେ ତାହାର ସତ୍ୟରେ ଭୂଷିତ

  କର୍ମରେ ଭୂଷିତ ଶିକ୍ଷା।


ପୁତ୍ର ପୁତ୍ରୀ ତାର ଆତ୍ମନିର୍ଭରଟି

  ରହିଛନ୍ତି କର୍ତ୍ତ୍ୟବରେ,

ପୁତ୍ର ଏକ ତାର ଦେଶର ପ୍ରଧାନ

  ମହିଳା ଶକ୍ତି ବଳରେ।


ଅସାଧାରଣ ଟି ମହିଳାର ଶକ୍ତି

  ନାହିଁ ପଟାନ୍ତାର ତାର,

ଈଶ୍ବରୀୟ ପୁତ୍ର ଗର୍ଭରୁ ଜନମ

  ରାଷ୍ଟ୍ର ସେବେ ନିରନ୍ତର।


ନାହିଁ ଛୁଟି ଦିନେ ରାଷ୍ଟର କାର୍ଯ୍ୟରୁ

  ଦିନରାତ୍ର ରାଷ୍ଟ୍ର କାର୍ଯ୍ୟ,

ଆତ୍ମନିର୍ଭରଟି ହୁଅନ୍ତୁ ଜନତା

  ଗୁଞ୍ଜେ ନିସ୍ବାର୍ଥର କାର୍ଯ୍ୟ।


ଗୁଞ୍ଜେ ଆଜି ବିଶ୍ବେ ପୁତ୍ରର ନାମଟି

  ଗୌରବ ରାଷ୍ଟ୍ରକୁ ମିଳେ,

ଦେଶ ଶକ୍ତିଶାଳୀ ସବୁ କ୍ଷେତ୍ରେ ଆଜି

  ଅହିଂସାର ଶକ୍ତି ବଳେ।


ଭ୍ରଷ୍ଟାଚାର ଦୂର ଡିଜିଟାଲ ଯୋଗୁଁ

  ଆଣିଲାଟି ଜ୍ଞାନୀ ପୁତ୍ର,

ହେଲା ଶକ୍ତିଶାଳୀ ସୁରକ୍ଷା ଦେଶର

  ଗୁଞ୍ଜେ ଦେଶେ କର୍ମୀ ପୁତ୍ର।


ଏପରି ମହିଳା ଶକ୍ତିରୂପା ନିଶ୍ଚେ

  ବନ୍ଦନୀୟ ହିଁ ଚରଣେ,

ଧର୍ମରେ ଭୂଷିତ କର୍ମରେ ଭୂଷିତ

  ବନ୍ଦନୀୟ ଅନୁକ୍ଷଣେ।


ରାମରାଜ୍ୟ ପରି ଶାସନ ପୁତ୍ରର

  ମନ୍ତ୍ର ସମଭାବ ତହିଁ,

ଦିନରାତ୍ର କାର୍ଯ୍ୟ ରାଷ୍ଟ୍ରର ହୀତରେ

  ପୁତ୍ର ଈଶ୍ବରୀୟ ଯହିଁ।


ଗୁଞ୍ଜେ ବ୍ରହ୍ମାଣ୍ଡରେ ପୁତ୍ର ପରାକ୍ରମ

  ରାଷ୍ଟ୍ରର ଗୌରବ ଏହୁ,

ବିଶ୍ବ ଗୁରୁ ପରା ରାଷ୍ଟ୍ରକୁ କରିବେ

  ରାଷ୍ଟ୍ରର ସଂକଳ୍ପ ଏହୁ।


ଧନ୍ୟ ଏ ମହିଳା ଶକ୍ତି ରୂପା ନାରୀ

  ନାହିଁ ପଟାନ୍ତାର ତାର,

ଈଶ୍ବରୀୟ ପୁତ୍ର ଗର୍ଭରୁ ଜନମ

  ଗୌରବାନିତ୍ଵ ରାଷ୍ଟ୍ରର।


ଏପରି ମହିଳା ବନ୍ଦନୀୟ ଜଗେ

  ଜନ୍ମ ଦେଲା ପୁତ୍ରମଣୀ,

ନୂଆ ଇତିହାସ ଲେଖୁ ଅଛି ଦେଶେ

  ଧନ୍ୟ ହେଲାଟା ଧରଣୀ।


କୋଟି ପ୍ରଣିପାତ ଚରଣେ ତାଙ୍କର

  ନିତି ବନ୍ଦନୀୟ ପଦେ,

ଧନ୍ୟ ସେ ଜନନୀ ଦେଲା ପୁତ୍ର ଜନ୍ମ

  ଶକ୍ତିରୂପାଙ୍କର ପଦେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract