STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ହେ ପରମେଶ୍ବର

ହେ ପରମେଶ୍ବର

1 min
323


ବୁଝି ହୁଏ ନାହିଁ ମାୟା ତହର

      ଚକାଆଖି ସଙ୍ଗେ ବଙ୍କାଅଧର,

ପୁରୀର କ୍ଷେତ୍ରେରେ କରିଛୁ ଘର

      ଭାଇ ଭଉଣୀଙ୍କୁ କରୁନୁ ପର।


ରଖିଛୁ ଆଦରେ ଭାଇ ଭଉଣୀ

     ଦୂରେ ରଖିଅଛୁ ନିଜ ଘରଣୀ,

ନପାରନ୍ତି ଜାଣି ତୋର କରଣୀ

     ବ୍ରହ୍ମାଣ୍ଡ ଠାକୁର ହେ ଚକ୍ରପାଣୀ।


ଅପୂର୍ବ ଘର କରିଛୁ ମରତେ

     ବୁଝିବାର ଶକ୍ତି ନାହିଁ ଜଗତେ,

ତୋହର ଏ ନୀଳା ଦେଖୁ ସାକ୍ଷାତେ

     ଭାଇ ଭଉଣୀ ହିଁ ବଡ଼ ଜଗତେ।


ପ୍ରେମଟି ଅନ୍ତରେ ଭାଇ ଭଉଣୀ

     ସେବନ୍ତି ନିତ୍ୟେ ଲକ୍ଷ୍ମୀ ଠାକୁରାଣୀ,

ଅନ୍ନକୁ ଖାଉଛୁ ଆଦର ମଣି

     କର କୃପା ନାଥ ଗରୁଡ଼ ମଣି।


ଖୋଜିଲେ ମିଳିବ ତପରି କାରେ

     ମଧୁମୟ ଭରା ଏହୁ ସଂସାରେ,

ନାହିଁ ଗତି ତବବିନୁ କାହାରେ

     ପରମବ୍ରହ୍ମ ହିଁ ତୁହି ମତ୍ୟରେ


ଦାରୁବ୍ରହ୍ମ ପରା ତୋର ତ୍ରିମୂର୍ତ୍ତି 

     ଜାଣି ଥାଏ ଜ୍ଞାନୀ ତହାର ଶକ୍ତି,

ପୂଜା ତହର ପ୍ରେମ ଶ୍ରଦ୍ଧା ପ୍ରୀତି

     କର ଦୟା ନାଥ ଜଗତ ପତି।


ସାଗରର କୁଳେ ତହରି ଘର

     ବଡ଼ଦେଉଳଟି ଦିଶେ ସୁନ୍ଦର,

ଉଡେ ନୀଳଚକ୍ର ନିତ୍ୟେ ଭକ୍ତିରେ

     ମହୁ ଥାଏ ଭକ୍ତେ ତୋର ଭକ୍ତରେ।


ହେ ପରମେଶ୍ବର କୃପା ତହର

     ରହୁ ଭକ୍ତି ନିତ୍ୟେ ଚରଣେ ମୋର,

ପୂର୍ଣ୍ଣ ମନବାଞ୍ଛା କର ଈଶ୍ବର

     କର ପୂର୍ଣ୍ଣ ଇଚ୍ଛା ନର ଜନ୍ମର।


ମନପ୍ରାଣଟି ରହୁ ହେ ଚରଣେ

     ମିଳୁ ସ୍ଥାନ ହେ ତୋର ଶ୍ରୀଚରଣେ,

କୃପା କରହେ ସେବିବି ଚରଣେ

     ଜନସେବୁ ଥିବି ରାଷ୍ଟ୍ର କଲ୍ୟାଣେ।


ରହୁ ଧର୍ମପଥ ମୋ ପଥରେ

     ରହୁ ସତ୍ୟ ପଥ ରାଷ୍ଟ୍ର କାର୍ଯ୍ୟରେ,

ଆଶିର୍ବାଦ ରହୁ କର୍ମ ସେବାରେ

     ମନବାଞ୍ଛା ପୂର୍ଣ୍ଣ କର ଠାକୁରେ।


ଦୟାନିଧି ଦୟା ରହୁ ସେଠାରେ

     ପ୍ରେମ ଶ୍ରଦ୍ଧା ହେ କାଳିଆ ଭକ୍ତିରେ,

କର୍ତ୍ତବ୍ୟ ପୂରଣ କର ମହିରେ

     ତହର କରୁଣା ମତେ ମିଳୁରେ।


ମାଗୁ ନାହିଁ କିଛି ଧନ ରତନ

      ମାଗୁ ନାହିଁ କିଛି ନିଜ ସମ୍ମାନ,

ମାଗୁ ଅଛି ମୁହିଁ ଭକ୍ତି ରତନ

      ମାଗୁ ଅଛି ମୁହିଁ ସେବା ଚନ୍ଦନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract