STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ନାହିହିଁ ଉନ୍ନତି ତାର

ନାହିହିଁ ଉନ୍ନତି ତାର

1 min
351

ଅଜ୍ଞାନୀ ସଙ୍ଗରେ କରିଲେ ମିତ୍ରତା

  ବାଧ୍ୟ ମିଥ୍ୟା କହିବାକୁ, 

ମିଥ୍ୟା କହିବାକୁ ହୁଏ ବାଧ୍ୟ ପୁଣି

  କରେ ପରିସ୍ଥିତି ତାକୁ।


ଏପରି ମିତ୍ରକି ମିତ୍ର ହୋଇ ପାରେ

  ଜ୍ଞାନ ନାହିଁ ଯାର ତିଳେ,

ଶତ୍ରୁ ପରି ଭାବ ଏପରି ମିତ୍ରର

  ରହି ଥାଏ ସ୍ବାର୍ଥ କଳେ।


ନିନ୍ଦା ହୁଏ ତୋର ଜୀବନ ଯାତ୍ରାରେ

  ରହି ଥାଏ ଲୁଚି ଘରେ,

ସ୍ବାର୍ଥର ନିମନ୍ତେ ମିତ୍ରତା ତାହାର

  ହେଉ ଥାଏ ଖୁସି ଘରେ।


ମିଥ୍ୟା କହିବାକୁ ବାଧ୍ୟ କରି ଦିଏ

  ହୁଏ ଅନ୍ଧକାର ପଥ,

ଦିଶେ ନାହିଁ ବୁଦ୍ଧି କିକରିବ ଏବେ

  ହୁଏ କଷ୍ଟକର ପଥ।

   

ନାହିହିଁ ଉନ୍ନତି ଜୀବନ ଯାତ୍ରାରେ

  କହୁଥାଏ ଗୃହେ ମିଥ୍ୟା,

ଆଦର ସମ୍ମାନ ନମିଳେ ସମାଜେ

  ଧରି ଥାଏ ହସ୍ତେ ମିଥ୍ୟା।


ସତ୍ୟ ବାକ୍ୟ ପରା ଜୀବନର ମନ୍ତ୍ର

  ଦିଏ ତାକୁ ତିଳାଞ୍ଜଳି,

କୁସଙ୍ଗତେ ପଡ଼ି ମିଥ୍ୟାର ମନ୍ତ୍ରକୁ

  ଆଣେ ଜୀବନରେ ତଳି।


ଶିକ୍ଷିତ ହୋଇଣ କେଉଁ କାର୍ଯ୍ୟ ତାରେ

  ହୁଏ ଲୋକହଂସା ଭବେ,

ତୁଟେ ହିଁ ବିଶ୍ବାସ ଗୃହ ଜନଙ୍କର

  ନ ରୁହେ ବିଶ୍ବାସ କେବେ।


ମନୁଷ୍ୟ କର୍ତ୍ତବ୍ୟ କର୍ମପଥେ ପରା

  ନିସ୍ବାର୍ଥ କର୍ମଟି ତୋର

ସତ୍ୟ ବଚନଟି ଜୀବନେ ରତନ

  ମନ୍ତ୍ର ସମଭାବ କର।


ଗୁରୁଜନ ପ୍ରତି ଆଦରର ଭାବ

  ରଖେ କର୍ମଜ୍ଞାନୀ ଏହୁ,

ସତ୍ୟ କହିବା ହିଁ ପରମଧର୍ମଟି

  ଜୀବନେ କର୍ତ୍ତବ୍ୟ ରହୁ।


ରହି ସୁସଙ୍ଗତେ ଜ୍ଞାନୀ ହୁଏ ସେହୁ

  ସୁସଙ୍ଗତ ଦରକାର,

ଆସୁ ପଛେ ଯେତେ ବାଧ୍ୟ ବିଘ୍ନ ପଥେ

  ସତ୍ୟପଥ ଦରକାର।


ସତ୍ୟପଥ ପରା ବିଜୟର ପଥ

  ବିଜୟ ହିଁ ସବୁ କ୍ଷେତ୍ରେ,

ସବୁ ମନବାଞ୍ଛା ପୂରଣ ହୁଅଇ

  ରୁହେ ସେ ଧର୍ମର କ୍ଷେତ୍ରେ।


ବ୍ରହ୍ମ ଜ୍ଞାନ ଏହୁ ଦେଇ ଥିଲେ ପ୍ରଭୁ

  ମନୁଷ୍ୟ ଜୀବନେ ଏହୁ,

ଏହୁ ଜ୍ଞାନ ବଳୁ ବିଜୟ ସର୍ବଦା

  ଗୃହସ୍ତା ଧର୍ମରେ ରହୁ।


ଜ୍ଞାନ ଉପଦେଶ ସଖା ଅର୍ଜୁନ କୁ

  ଦେଇ ଥିଲେ ପ୍ରଭୁ କୃଷ୍ଣ,

ଜୀବନ ଯାତ୍ରାରେ ସର୍ବୋପରି ପରା

  ଦେଲେ ବ୍ରହ୍ମଜ୍ଞାନ କୃଷ୍ଣ।


କର୍ମଜ୍ଞାନ କଲେ ସର୍ବୋପରି ଭବେ

  ନାହିଁ ପଟାନ୍ତାର ଯାର,

ସତ୍ୟ ପଥ କଲେ ଜୀବନେ ସର୍ବଶ୍ବ

  ପ୍ରଭୁ ଭକ୍ତି ନିରନ୍ତର।


ଛାଡ଼ ଏବେ ବାବୁ ମିଥ୍ୟା ବଚନକୁ

  କୁସଙ୍ଗତ ନହୁ ତୋର,

କର ସୁସଙ୍ଗତ ଜୀବନ ଯାତ୍ରାରେ

   ବିଜୟ ହେଉ ତହର।


Rate this content
Log in

Similar oriya poem from Abstract