STORYMIRROR

Jyoti Prakash Sahoo

Tragedy

4  

Jyoti Prakash Sahoo

Tragedy

ପ୍ରେମ, ନୁହେଁ ଘୃଣ୍ୟ

ପ୍ରେମ, ନୁହେଁ ଘୃଣ୍ୟ

1 min
240

ଜୀବନର ଚଲାବାଟେ ଚାଲୁ ଚାଲୁ

ସାଥିଟିଏ ଯଦି ମିଳିଯାଏ କେବେ କାହାକୁ ।

ଖେଳିଯାଏ ଜୀବନେ ସପ୍ତରଙ୍ଗର ଇନ୍ଦ୍ରଧନୁ

ମିଳିଯାଏ ବଞ୍ଚିବାର ନୂତନ ଆଶାଟିଏ ତାକୁ ।।


ମିଳିଥିଲା ସାଥିଟିଏ ସେହିପରି ବିହଙ୍ଗଙ୍କୁ

ପାଉଥିଲେ ଭଲ ଯହିଁ ଦୁହେଁ ଦୁହିଁଙ୍କୁ ।

ନା ଥିଲା ଡର ପଥେ ହଜିଯିବାକୁ

ନା ଥିଲା ଭୟ ଏଇ ରୁକ୍ଷ ସମାଜକୁ ।।

ନୂତନ ସ୍ୱପ୍ନର ପୁଷ୍ପମାଳାରେ ସଜାଇ ଜୀବନକୁ

ନୂତନ ଆଶା ନେଇ ଗଢ଼ିଥିଲେ ନିଜ ସ୍ୱପ୍ନର ଦୁନିଆକୁ ।।


କିନ୍ତୁ .. ଏ କଣ ହେଲା ?

କେଉଁଠୁ ଏ ଘନ କଳାମେଘ ଘୋଟି ଆସିଲା ।

ରଙ୍ଗୀନ ଦୁନିଆଙ୍କୁ ତାଙ୍କ ଧୋଇନେଇଗଲା ।।

ଯେଉଁ ନିଷ୍ଠୁର ଦୁନିଆକୁ ଦିନେ କରିଥିଲେ ଦୁହେଁ ପର

ସିଏ ହିଁ ସାଜିଲା ତାଙ୍କ ନିମନ୍ତେ ପ୍ରତିଶୋଧର ଅବତାର ।।


କରିଦେଲା ଦୂର ପ୍ରେମୀ ଯୁଗଳଙ୍କୁ ..

ନୀରବ ଦ୍ରଷ୍ଟା ସାଜିଲେ ସଭିଏଁ

ନଦେଲେ ଶାସ୍ତି ଏ ସମାଜକୁ ।।


ଏକାନ୍ତେ କିପରି ବିତେଇବେ ଜୀବନ ?

ଯନ୍ତ୍ରଣାରେ ଜର୍ଜରିତ ଦୁହିଁଙ୍କର ମନ ।

ନିଷ୍ପତି ନେଲେ ଦୁହେଁ ହାରିଦେବେ ପ୍ରାଣ

ଜଣାଇ ଦେବେ ସମାଜକୁ ପ୍ରେମ ପାଇଁ ବଳିଦାନ ।।


ସୃଷ୍ଟିକର୍ତ୍ତା ସେ, ନୁହେଁ ତାଙ୍କୁ ଅଗୋଚର

ପ୍ରେମର ସୋନ୍ଦର୍ଯ୍ୟକୁ ନେଇ ଖୋଲନ୍ତି ଶାଶ୍ୱତର ଦ୍ୱାରା ।

ନିଜ ହାତରେ ଗଢି ଏ ପ୍ରେମର ଭଣ୍ଡାର

କିପରି ସହିବେ ଏଇ ବଳିଦାନ ର ଅଭିସାର ।।


ଅମର ଅଟଇ ଏଇ ଶାଶ୍ୱତ ପ୍ରେମ

ନାହିଁ ଯହିଁରେ ସ୍ୱାର୍ଥ ନାହିଁ ଅଭିମାନ ।

ଯଦି ସୃଷ୍ଟିର ଆରମ୍ଭ ପ୍ରେମରୁ ହିଁ ସମ୍ଭବ ..

ତେବେ ତାଙ୍କରି ସୃଷ୍ଟି ରେ ଘୃଣ୍ୟ କାହିଁକି ଏ ପ୍ରେମ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy