STORYMIRROR

Suchismita Rout

Abstract

3  

Suchismita Rout

Abstract

ଶୀତୁଆ ସକାଳ

ଶୀତୁଆ ସକାଳ

1 min
207

ସକାଳ ମଧ୍ୟେ ସାର

ଶୀତୁଆ ସକାଳ ନାମ ତାର

ସୂର୍ଯ୍ୟର କୋମଳ ପରଶ

ତନୁମନେ କରେ ଜୀବନ ସଂଚାର ।


ଶେଫାଳୀ ବିଛା ଶେଯରେ ହୁଏ

କୁହୁଡି ଭରା ସକାଳର ଆଗମନ

ରବି କିରଣେ ଝଲମଲ ଘାସ ଗାଲିଚା

ସ୍ଵାଗତ ଉଦ୍ଦେଶ୍ୟେ କରେ ଆଲିଙ୍ଗନ ।


ଶୀତ ଲହରୀ ସାଙ୍ଗକୁ ଟପ୍ ଟପ୍ ଶିଶିର ବିନ୍ଦୁ

ପୁଣି କୁହୁଡ଼ିର ଛାତି ଚିରି ଆସେ ଉଷୁମ ଅଂଶୁ

ଅଜବ ଦେଖ ଏ ପ୍ରକୃତିର ନିଆରା ତାଳମେଳ

ପୂରି ଉଠୁଥାଏ ସବୁଜ ସୁନ୍ଦର ମାଟିମା' କୋଳ।


ଶୀତୁଆ ସକାଳର ପାରବଣ ଋତୁ ହୁଏ ଉଭା

ନାନା ରଙ୍ଗର ମୁରୁଜ ଝୋଟିଚିତା ପାଏ ଶୋଭା

ସୁଗନ୍ଧିତ ପୁଷ୍ପ,ଚନ୍ଦନ, ଧୂପ ,ଦୀପ,ଆଉ ଝୁଣା

ପୂଜା ଅରଚନା ରେ ଦେବାଦେବୀଙ୍କ ନହୁଏ ଊଣା।


ଚଷା ଭାଇ ମନ ଆନନ୍ଦେ ପୁରେ

ପନିପରିବାରେ ଘର ତ ଭରେ

ଚାରିଆଡେ ଦେଖ ଖୁସିର ଢେଉ

ପ୍ରଫୁଲ୍ଲ ମନ ,ସଭିଏଁ ଖୁସିରେ ଥାଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract