STORYMIRROR

Suchismita Rout

Abstract

3  

Suchismita Rout

Abstract

ଡାକବାଲା

ଡାକବାଲା

1 min
164


ସାଇକେଲର ଟ୍ରିଂ ଟ୍ରିଂ ଶବ୍ଦ

        ଚିଠି ନିଅ ଚିଠି...ର ଡାକ

ମାଟିଆ ରଙ୍ଗର ପୋଷାକ

        ମୁଣ୍ଡରେ ଟୋପି ଦିଏ ଚମକ । (୧)

ସାଙ୍ଗରେ ଥାଏ ଗୋଟିଏ ଥଳି

        ଥଳିଟି ଥାଏ ଓଜନ ଭାରୀ

ଆଣିଥାଏ ସାଥେ କେତେ ଗୁମର

        ଭଲ ମନ୍ଦ ଯାହା ଥାଏ ଖବର।(୨)

ଟଙ୍କା ପଇସାର ମନି ଅର୍ଡର

        ରାକ୍ଷୀ ଭଳି କେତେ ବନ୍ଧନ ଡୋର

କେତେ ଯେ ଦାୟିତ୍ଵ କରେ ବହନ

       କାର୍ଯ୍ୟ ସମାପନେ ଖୁସି ଅପାର । (୩)

କେତେ ଆଖି ଲୁହ କରି ନିଜର

        ହସ ଫୁଟି ଉଠେ ମୁଖେ ତାହାର

ଆଶ୍ୱାସନା ଭରା କଥା ସେ କୁହେ

        କେତେ ଲୋକଙ୍କର ମନକୁ ମୋହେ।(୪)

ଧନୀ ହେଉ ଅବା ହେଉ ଗରିବ

         ମନେ ତା ' ନଥାଏ ଜାତିର ଭାବ

ସଭିଙ୍କ ହିତେ ତା ' ହୃଦୟ ଖୋଲା

         ଡ଼ାକବାଲା ଅଟେ ସେ ଡ଼ାକବାଲା। (୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract