STORYMIRROR

Suchismita Rout

Others

3  

Suchismita Rout

Others

ମାଣବସା ଗୁରୁବାର

ମାଣବସା ଗୁରୁବାର

1 min
173


ଆଜି ପରା ମାଣବସା ଗୁରୁବାର

ଓଡ଼ିଆ ବୋହୂ ମାନଙ୍କ ଆଦର।



ଲିପା ପୋଛା ପରେ ଗଙ୍ଗାଜଳ ହୁଅଇ ସିଞ୍ଚନ

ଧୂପ ,ଦୀପ, ଝୁଣା ବାସରେ ଉଛୁଳେ ସଦନ।


ଝୋଟିଚିତା ଲାଗି ସୁନ୍ଦର ଦିଶଇ ଭବନ

ଆମ୍ବ ଡାଳର ତୋରଣ ଅଟେ ବଡ଼ ଶୋଭବନ।


ଘରଣୀ ଦେହେ ଧଳାନାଲି ବସନ ସୂତାର

ହଳଦୀ ମଖା ପାଦେ ନାଲି ଅଳତାର ଧାର।


ପାହାନ୍ତାରୁ ଉଠି ସେର ମାଣ ଯେ ବସାନ୍ତି

ଘରର ଐଶ୍ୱର୍ଯ୍ୟ କାମନା କରନ୍ତି।


ଆଗୋ ମାତା ଲକ୍ଷ୍ମୀ ତୁମେ ହୁଆଗୋ ପ୍ରସନ୍ନ

ଭୋଗ ଲାଗି କରୁଅଛୁ ଶୁଦ୍ଧ ନବ ଅରୁଆ ଅନ୍ନ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍