STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ଏପରି ସାଥୀଟେ କାହିଁ

ଏପରି ସାଥୀଟେ କାହିଁ

1 min
159


ହୃଦୟ ଭିତର କ୍ଷତ ସବୁକୁ 

ଏକତ୍ରିତ କରି

ଜାବୁଡି ଧରିବା ପାଇଁ 

ଛାତିଟିଏ କାହିଁ ପଢା ସାଥୀ ପରି

ବନ୍ଧୁତାର ଡାଳରେ ବସି 

ବିଶ୍ୱାସର ପତ୍ରକୁ ଆଉଁସି ଦେଉ ଦେଉ

ଉପରକୁ ଚଢିବାରେ ସାହସ ଦେବାକୁ

ସେ ପଢା ସାଥୀର ହାତ ଟିଏ କାହିଁ ?


ସ୍ବପ୍ନ ଭାଙ୍ଗିଯିବା ଭୟରେ 

ସାହସର କବଚ ପିନ୍ଧାଉ ଥିବା

ସେ ମନଟିଏ କାହିଁ

ହାତରେ ହାତ ଛନ୍ଦି 

ଜୀବନ ଜିଇଁବା ମୋହରେ 

ଛାଇ ଭଳି ଓହଳି ପଡିଥିବା

ପାଖେ ପାଖେ ରହିବାର ବଡପଣ

ଦେଖାଉ ଥିବା ସାଥୀଟିଏ କାହିଁ !


ମୋତେ ଲାଗେ 

ଅଛି ପୁଣି ନାହିଁ ସିଏ

ମୋ ଭରସାର କୋରଡରେ 

ମୁଣ୍ଡ ଟିକେ ଗୁଞ୍ଜିବାକୁ 

କାହା ଖୁସିରେ ଲୁହେଇ ଯିବାକୁ 

ମିଠା ମିଠା ଯନ୍ତ୍ରଣା ସବୁକୁ

ସାଉଁଟି ନେଇ ତା'ହାତ ପାପୁଲିରେ

ମୋତେ ଟିକେ ସାନ୍ତ୍ବନା ଦେବାକୁ ।


ସାଥୀ ଟିଏ କାହିଁ

ତା'ର ମୃଣ୍ମୟୀ ହାତରେ

ତୃପ୍ତିର ଚାଦର ଖଣ୍ଡେ

ଘୋଡାଇ ଦେବ

ଶ୍ରୀକୃଷ୍ଣ ସୁଦାମା କୁ ଘୋଡାଇଲା ପରି

ପ୍ରତିଜ୍ଞାର ଶରଶଯ୍ୟାରେ 

କର୍ଣ୍ଣପରି ବନ୍ଧୁ ଅବା କାହିଁ

ସବୁ ଜାଣିବି ଯିଏ

ଦୁର୍ଯ୍ୟୋଧନଙ୍କୁ ସାଥୀ ଭାବେ

ନେଇଥିଲା ଆଦରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract