STORYMIRROR

DHARITRI SAHU

Abstract

3  

DHARITRI SAHU

Abstract

ପୁରସ୍କାର

ପୁରସ୍କାର

1 min
195

ହଁ ଏଇତ ଏଇଠି ଥିଲା ମୋ

ହାତର ଯାଦୁ,ମୋ ହାତର ଲେଖା

କିଏ ଠେଲିଦେଲା ତାକୁ

କାହିଁ କେତେ ଦୂରକୁ।

କିଏ ଚାପିଦେଲା ତାକୁ ନଥିପତ୍ରର

ଅଳିଆ ଗଦା ତଳେ।

କ'ଣ ମିଳିଲାନି ବୋଲି ତାକୁ 

କିଛି ମୋଟା ଅଙ୍କର କ୍ଲାପ୍,

ମିଳିଲାନି ତାକୁ ଏଡ଼ିଟର୍ ଚଏସ୍,

ମିଳିଲାନି ତାକୁ ରିଡରସ୍ ଚଏସ୍।

ମିଳିଲାନି ତାକୁ

ତଥାକଥିତ ସାର୍ଟିଫିକେଟ୍ ଅବା

ନାଲି ନେଳି ଉତ୍ତରୀୟ।

ଆରେ ତମେ ମାନେ କେହି

ବୁଝିପାରିବନି ସେ ଲେଖାରେ ଯେ ଥିଲା

ମୋର ହୃଦୟର ଧଡକନ୍,

ମୋ ଶରୀରର ପ୍ରତିଟି 

ରକ୍ତବିନ୍ଦୁର ଉଷ୍ମତା।

ମୋ ନିଃଶ୍ୱାସର ପ୍ରତିଟି

ଅବନା ଅକ୍ଷର।

ମୋ ଲୋମକୂପର ଶିହରଣ।

ତା ଭିତରେ ଥିଲା ମୋ ବିନିଦ୍ର ରଜନୀର

ତନ୍ଦ୍ରା ଭରା ଆତ୍ମସଂହାର

ମୋ ଅମଳିନ ଶଯ୍ୟାର ଏକ

ଅଳସୀ ଅଳସୀ ଛାପ।

ମୋ ଆଙ୍ଗୁଠିର ନରମ ନରମ 

ସରାଗ ଭରା ସ୍ପର୍ଶ।

ସେଥିରେ ଭରି ରହିଥିଲା

ସେ ବୁଢ଼ୀ ଅସୁରୁଣୀର ଅକୁହା କଥା,

ସେଥିରେ ଭରି ରହିଥିଲା

ଚକୁଳିଆ ପଣ୍ଡାର ଅବର୍ଣ୍ଣନୀୟ

ପୁରାତନ କାବ୍ୟ ମହାକାବ୍ୟ।

ସେଥିରେ ଭରି ରହିଥିଲା

କାଶ୍ମୀର ଠୁ କନ୍ୟାକୁମାରୀର

ଲୁଚିଯାଇଥିବା ଇତିହାସ।

ସେଥିରେ ଭରି ରହିଥିଲା

ନାଶା ଠୁ ବଳି ବିଜ୍ଞାନର 

ଅଦ୍ଭୁତ ରହସ୍ୟ।

ମୋତେ ଫେରାଇ ଦିଅ ମୋ ଅମୂଲ୍ୟ ସମ୍ପଦ,

ମୁଁ ଆବିଷ୍କାର ନକରେ ତାକୁ କେଉଁ 

ତେଜରାତି ଦୋକାନରେ ଅବା କେଉଁ

ବାଦାମ କି ମଟର ବିକାଳି ପାଖରେ।

ମାଗିନେଇ ଫୋପାଡି ବା ହୁଏତ 

ଆଧୁନିକ ସାହିତ୍ୟର ଧ୍ୱଜା ହୋଇପାରେ

କିନ୍ତୁ ସେ ତ ମୋ ରଙ୍କୁଣୀଧନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract