STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

"ସାହିତ୍ୟ ଆଉ ସାହିତ୍ୟ"

"ସାହିତ୍ୟ ଆଉ ସାହିତ୍ୟ"

1 min
154

   ଯେ ଦିଗେ ଚାହିଁବ

   ସବୁଠି ଦିଶେ ଖାଲି

    ସାହିତ୍ୟ ଆଉ ସାହିତ୍ୟ

    ସେ ସମାଜ ହେଉ

    ସେ ହେଉ ଅବା ପରିବେଶ

     ସେ ପରିବାର ହେଉ

     ସେ ହେଉ ଅବା ପ୍ରକୃତି ମାତ

     ଯେ ଦିଗେ ଚାହିଁବ

    ସବୁଠି ଦିଶେ ଖାଲି

     ସାହିତ୍ୟ ଆଉ ସାହିତ୍ୟ ।


    କବିର କବିତା ରେ

    ଲେଖକ କାହାଣୀରେ

     ପ୍ରେମିକାର ଚାହାଣୀରେ

     ବିରହ ପ୍ରତାରଣାର

      କରୁଣ କାହାଣୀ ରେ

      ଯେଉଁଠି ଅନୁଭବ କରେ

     ଘାତ ଆଉ ପ୍ରତିଘାତ

      ସେଠୁ ସୃଷ୍ଟି ହୁଏ

     ଖାଲି ସାହିତ୍ୟ ଆଉ ସାହିତ୍ୟ ।


      ରାଜନୀତି ର ପଚା ଗନ୍ଧରୁ

      ସମାଜ ସଂସ୍କାର ରୁ

      ଅବଳା ଦୁର୍ବଳାଙ୍କ ଉପରେ

     ହେଉଥିବା ଅକଥନୀୟ

      ଅତ୍ୟାଚାର ରୁ 

      ଲିଙ୍ଗ ନିରୂପଣ ରୁ

      ନିଶା ବେପାରରୁ

      ସାମାଜିକ ଅସ୍ଥିରତା ରୁ

       ସୃଷ୍ଟି ହୁଏ

     ଖାଲି ସାହିତ୍ୟ ଆଉ ସାହିତ୍ୟ ।


     ଜାତି, ଧର୍ମ, ବର୍ଣ୍ଣ,ଲିଙ୍ଗ ଭିତ୍ତିରେ

      ହେଉଥିବା ଅସମାନତା 

    ଶ୍ରେଣୀ ସଂଘର୍ଷ ର ଅକଥନୀୟ ବ୍ୟଥା

      ଶାସକ ଶାସିତ ଙ୍କ ମଧ୍ୟେ ସୃଷ୍ଟ

     ଅଭାବନୀୟ ଯନ୍ତ୍ରଣା ଜର୍ଜରିତ 

      ସାମାଜିକ ବ୍ୟାଧି ରୂପକ ଗାଥା

     ଏ ସବୁରୁ ଜନ୍ମ ନିଏ ସାହିତ୍ୟ

      ଯେ ସର୍ଜନା କରେ

     ସମାଜ ର ହିତ

     ଯେ ଦିଗେ ଚାହିଁବ

     ସବୁଠି ଖାଲି ଦିଶେ ଖାଲି

     ସାହିତ୍ୟ ଆଉ ସାହିତ୍ୟ ।


 

      

    

     

      

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract