STORYMIRROR

DR PRASANTA KUMAR BISWAL

Inspirational

4  

DR PRASANTA KUMAR BISWAL

Inspirational

ଗୁରୁଭକ୍ତି

ଗୁରୁଭକ୍ତି

1 min
280

ଗୁରୁ ନୁହଁନ୍ତି ସେ ସାକ୍ଷାତ ଈଶ୍ବର

ଭୂଦେବ ଯେ ବିଦିତ ସାରା ସଂସାର

ଗୁରୁ ଆଶୀଷେ ତମ ହୁଏ ଯେ ଦୂର

ଗୁରୁ ପିତା ମାତା କରୁଣା ସାଗର

ତାଙ୍କ ବିନା ବାଟବଣା ହୁଏ ନର

ଭକ୍ତି ରଖ ସଦା ଚରଣେ ତାଙ୍କର

ମୁର୍ଖ ହୁଏ ବିଜ୍ଞ ତାଙ୍କରି ଦୟାର

ଗୁରୁପରାୟଣେ ଶିଷ୍ଯ ହୁଏ ସଂସ୍କାର

ଗୁରୁଙ୍କୁ କେବେ ତୁମେ ନ ପରଖିବ

ତାଙ୍କ ଉପରେ ସଦା ଆସ୍ଥା ରଖିବ

ଏକଲବ୍ଯ ଆରୁଣୀ ହେଲେ ମହାନ

ଗୁରୁଭକ୍ତି ଲାଗି ଧନ୍ଯ ତା ଜୀବନ

ସଂସାରୁ ତରିବା ଲାଗି ସେ ହି ସାର

ଅନ୍ଧ ଲାଗି ଯେମିତି ଯଷ୍ଟି ଆମର

ଗୁରୁଜନେ ସର୍ବଦା ପୂଜା କରିବ

ଆଦର ଯେତେ ଜାଣ ନିଶ୍ଚେ ଲଭିବ

ତେଜି ଅହଂକାର ଗଲେ ଯେ ଶରଣ

ତାଙ୍କ ଦୟାରୁ ଧନ୍ଯ ହେବ ଜୀବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational