STORYMIRROR

Prabhati Debnath

Inspirational

4  

Prabhati Debnath

Inspirational

ମଣିଷ ଥିଲେ ଉତ୍କଳ ମାଟିର

ମଣିଷ ଥିଲେ ଉତ୍କଳ ମାଟିର

1 min
385

ଓଡିଶା ମାଟିର ଓଡ଼ିଆ ଜାତିର

ଦୁଃଖ ଦୁର୍ଦ୍ଦଶାର ବେଳେ

କେତେ ହନ୍ତସନ୍ତ ହେଉଥିଲେ ସର୍ବେ

ପଡ଼ି ଯନ୍ତ୍ରଣା କବଳେ


ବନ୍ୟା ଓ ମରୁଡି ସାଧୁଥିଲା ଦାଉ

ଘୁରି ଯାଉଥିଲା ମଥା

ସାହା ଓ ଭରଷା କେହି ତ ନ ଥିଲେ

କହିବାକୁ ପଦେ କଥା


ଅନ୍ଧବିଶ୍ୱାସ ର ଅନ୍ଧ ଗଳି ଯେବେ

ଅଶିକ୍ଷାକୁ ସାଥେ ନେଇ

ଆଲୋକିତ ସେଠି ଅନ୍ଧାର ପାଲଟେ

ଦିଗବାଗ ଦିଶେ ନାହିଁ


ଓଡିଶା ବାସୀଙ୍କ ଦୁଃଖ ବୁଝିବାକୁ

ଆସିଥିଲେ ଅବତରୀ

ଓଡ଼ିଆ ଜାତିର ଅଭାବ କଷଣ

ଦେଖିଥିଲେ ମନ ଭରି


ନଅଙ୍କ ଦୁର୍ଭିକ୍ଷ ବନ୍ୟା ବାତ୍ୟା ବେଳେ

ଶୁଣି କରୁଣ ଚିତ୍କାର

ଚୂଡା ଚାଉଳକୁ ବାଣ୍ଟି ଚାଲିଥିଲେ

ବୁଲି ବୁଲି ଘରଦ୍ୱାର


କେତେ ମଲେ କେତେ ରୋଗିଣା ହୋଇଲେ

ଦେଖି ଘୁରିଗଲା ମଥା

ତଥାପି ସିଏ ତ ହାରି ତ ନ ଥିଲେ

ପାଇ ଥିଲେ କେତେ ବ୍ୟଥା


ସମାଜ ସେବାରେ ତାଙ୍କ ବଳିଦାନ

ଭୁଲି କି ପାରିବ ଜାତି

କେତେ ଦିନ ତାଙ୍କ ଭୋକରେ କଟିଛି

ପାହି ଅଛି କେତେ ରାତି


ଅତୀତ ଉତ୍କଳେ ଥିଲେ ସେ ତ ମଣି

ଦେଖାଇଲେ ନୂଆ ବାଟ

ତାଙ୍କ ଆଦର୍ଶରେ ହୋଇ ଅନୁଗାମୀ

ପାରିହେବା ଯେତେ ଘାଟ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational