ପାରିବାରିକ କଳହରେ ଜୀବନ
ପାରିବାରିକ କଳହରେ ଜୀବନ
ମଣିଷ ଜୀବନ ଦୀର୍ଘ ଯାତ୍ରା ପଥେ
ଚାଲି ଥାଏ ଲକ୍ଷ୍ୟ ନେଇ
କର୍ତ୍ତବ୍ୟ ବୋଧର ଫଳ ନ ପରଖି
ଉଠିଥାଏ ସଦା ଚେଇଁ ।
କେତେ ସ୍ନେହ ପ୍ରୀତି ମମତାକୁ ବାନ୍ଧି
କାଟୁଥାଏ ରାତି ଦିନ
ଅଦିନିଆ ଝଡ଼ ବରଷା ପବନେ
ଦୋହଳାଇ ଦିଏ ମନ ।
ଜୀବନ ମଞ୍ଚରେ ଅଭିନୟ ଚାଲେ
ପରିବାରକୁ ତ ନେଇ
କରୁଣ ରସଟି ଚାଲି ଆସେ ଯେବେ
ହୃଦ ଦିଏ ଦୋହଳାଇ ।
ପାଦତଳୁ ମାଟି ଖସିଯାଏ ସେଠି
ଆକାଶ ପଡ଼ଇ ମୁଣ୍ଡେ
ସାହା ଭରଷା ର ବାଟ ହଜିଯାଏ
ପାଣି ମିଳେନାହିଁ ତୁଣ୍ଡେ ।