Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Debnath

Abstract

4  

Prabhati Debnath

Abstract

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
469


କାଗଜର ଡଙ୍ଗା କାଗଜେ ତିଆରି

ଭାସି ଭାସି ଧୀରେ ଯାଆ

ନୀଳ ସାଗରର ନୀଳ ଲହରୀରେ

ନାଚି ନାଚି ଗୀତ ଗାଆ। ।

ଛୋଟ ଛୋଟ ଶିଶୁ ତୋ ସାଥୀରେ ଖେଳି

ଖୁସିରେ ହୁଅନ୍ତି ବାଇ

କେତେ ସପନର ଆଶା ରଖିଥାନ୍ତି 

ଖୁସିରେ ଉଠନ୍ତି ଚେଇଁ। ।

କାଗଜେ ତିଆରି କାଗଜ ଡଙ୍ଗା ତୁ

ଭାସିଲେ ଲାଗଇ ମଜା

ପାଣି ଧାରେ ଯେବେ ଭାସି ଭାସି ଯାଏ

ଯେମିତି ଚାଲନ୍ତି ରଜା।।

ଏ କୂଳରୁ ଯାଇ ସେ କୂଳେ ପହଞ୍ଚି 

ଯେମିତି ଖବର ନିଏ 

ଜାହାଜର ସୁଖ ଛୋଟ ହୃଦୟରେ 

କାଗଜ ଡଙ୍ଗା ଟି ଦିଏ।।


Rate this content
Log in

Similar oriya poem from Abstract