ଜୀବନ ଯନ୍ତ୍ରଣା
ଜୀବନ ଯନ୍ତ୍ରଣା
ଅତୀତର ସେହି ପିଲା ଦିନ କଥା
ମନେ ପଡ଼ିଯାଏ ଆଜି,
ଭାବିଭାବି ଆଖି ଲୁହ ଶୁଖୁ ନାହିଁ
କେମିତି ପାରିବି ତେଜି ।
ତିନୋଟି ଭାଈରେ ସାତଟି ଭଉଣୀ
ମାଆ ଦେଇଥିଲା ଜନ୍ମ,
ବାପା ମାଆଙ୍କର ସେବା ଯତନରେ
ହୋଇତ ନ ଥିଲୁ ଭିନ୍ନ ।
ବୟସ ବଢ଼ିଲା ଅନ୍ୟ ଘରେ ଆମେ
ଚାଲିଗଲୁ ବିଭା ହୋଇ,
ନିଜ କର୍ମ କରି ଜୀବନ ଜୀଇଁଲୁ
ଦୁଃଖ ସୁଖ ସାଥେ ବାହି ।
ଭାଈ ଭଉଣୀଙ୍କ ଅତୁଟ ବନ୍ଧନ
ଏବେ ବି ରହିଛି ସ୍ଥିର,
କେହି କାହାରିକୁ ଘଣ୍ଟେ ନ ଦେଖିଲେ
ଦୁଃଖ ହୁଏ ନାହିଁ ଦୂର ।
ଜଣ ଜଣ କରି ତିନି ଚାଲିଗଲେ
ଭୂଲି ନାହୁଁ ସେହି ଦୁଃଖ ,
ଅବ୍ୟକ୍ତ କୋହରେ ଜଳି ଜଳି ଆଜି
ପ୍ରାପ୍ତ ହେଉନାହିଁ ସୁଖ ।
ଆହେ ଚକାଡ଼ୋଳା ସଂକଟ ମୋଚନ
ଜୀବର ତମେ ଜୀବନ,
ତମ ଯଶ ବାନା ସଦା ଉଡ଼ିଥାଉ
ରଖ ଆମର ଜୀବନ ।