Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Debnath

Others

3  

Prabhati Debnath

Others

ଭିଜାମାଟି

ଭିଜାମାଟି

1 min
210


ବରଷା ଋତୁରେ ଭିଜାମାଟି ରୂପ

ଧରଇ ଧରିତ୍ରୀ ରାଣୀ ,

ଆକାଶ ବକ୍ଷରେ କଳା କଳା ମେଘ

ବରଷେ ବରଷା ପାଣି ।।


ଭିଜାମାଟି ଦେଖି କୀଟ ପ୍ରଜାପତି

ପୁନଃ ଜୀବିତ ହୁଏ ,

ବର୍ଷାର ସୂଚନା ଦେଇ ଇନ୍ଦ୍ରଧନୁ

ସମସ୍ତଙ୍କ ମନ ମୋହେ ।


ବିଜୁଳି ଚମକ ଘଡ଼ଘଡ଼ି ଶବ୍ଦ

ଶୀତଳ ପବନ ବହେ ,

ଗୁଳ୍ମ ତରୁଲତା ଧୀରେ ଧୀରେ ବଢ଼େ

ଭିଜାମାଟିକୁ ଯେ ଚାହେଁ ।।


ଚାଷୀଭାଇ ତା'ର ଚାଷକାମେ ବାଇ

ମରାମତି କରେ କ୍ଷେତ ,

ଭଙ୍ଗା ଚାଳଘର ସଜାଡ଼ି ବସଇ

ଲଗାଇ ସବୁଠି ହାତ ।।


ସବୁଜିମା ଭରେ ସବୁରି ଜାଗାରେ

ଦିଶଇ ସୁନ୍ଦର ଶୋଭା ,

ଦେଖଣାହାରୀଙ୍କ ମନ ମୋହିନିଏ

ଦୃଶ୍ୟ ଦିଶେ ମନଲୋଭା ।।


ବରଷାର କାଳ ଦେଇଥାଏ ଆଶା

ବର୍ଷକ ବଞ୍ଚିବା ପାଇଁ ,

ଭିଜାମାଟି ଯୋଗୁଁ ରକ୍ଷା ହୁଏ ପ୍ରାଣ

ସଭିଙ୍କ ମଙ୍ଗଳ ପାଇଁ ।।



Rate this content
Log in