Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ଜୟ ଜବାନ ଜୟ କିଷାନ

ଜୟ ଜବାନ ଜୟ କିଷାନ

1 min
378



ଜବାନ ହାତରେ ଦେଶର ସୁରକ୍ଷା

    କରେ ଦେଶ ଜୟ ଗାନ,

ଶ୍ରମିକ ହାତରେ ଗଢ଼ା ହୁଏ ଦେଶ

    କରେ ସିଏ ଶ୍ରମ ଦାନ |

ଭାରତରେ ଯେବେ ଲାଲ ବାହାଦୁର

    ପ୍ରଧାନମନ୍ତ୍ରୀ ଯେ ଥିଲେ,

ଜୟ ଜବାନ ଓ ଜୟ କିଷାନ ର

    ସ୍ଲୋଗାନେ ଆହ୍ୱାନ କଲେ |

ଭାରତ ବର୍ଷର ସୀମାରେ ସତର୍କ

    ଦେଶର ବୀର ଜବାନ,

ପଡୋଶୀ ଦେଶର ଛାତିରେ କମ୍ପନ

     ପଛେ ଫେରେ ଶତ୍ରୁ ସୈନ୍ୟ |

ଅତି ଆଧୁନିକ ଅସ୍ତ୍ରରେ ସଜ୍ଜିତ

     ଦେଶର ସୈନ୍ୟ ବାହିନୀ,

ଆକାଶେ ଗର୍ଜେ ସେ ସାଗରେ ପ୍ରକମ୍ପି

    ଗାଏ ଜୟ ଆବାହନୀ |

ଦେଶର ଶ୍ରମିକ ଶ୍ରମଦାନେ ତାର

    ଭରେ ଦେଶେ ଦଉଲତ,

ଗଢିଛି ସହର ଗଢିଛି ମନ୍ଦିର

    ଅଟ୍ଟାଳିକା ଅଗଣିତ |

କେତେ ରାଜରାସ୍ତା ଗଢିଛି ଯତନେ

    ଢାଳିଛି ତା ଦେହୁ ରକ୍ତ,

ଡରିନାହିଁ କେବେ କରିବାକୁ ଶ୍ରମ

    ଜୀବନେ ସେ କରି ବ୍ରତ |

କୃଷକର ଶ୍ରମ ଶ୍ୟାମଳ କ୍ଷେତରେ

    କୋଟି ମୁଖେ ଖାଦ୍ୟ ଦିଏ,

ସୁନାର ଫସଲେ ଦେଶର ବୁକୁକୁ

     ସସ୍ନେହେ ସଜାଇ ଥାଏ |

ଶ୍ରମିକ, ଜବାନ, କୃଷକ ଦେଶରେ 

    ସବୁଠାରୁ ଗରୀଆନ,

ସଭିଙ୍କ ଉଦେଶ୍ୟ ଦେଶର ଉନ୍ନତି

    ଶ୍ରେଷ୍ଠ ତାଙ୍କ ଅବଦାନ |

ଦେଶର ଗୌରବ ତାଙ୍କ ପାଇଁ ସିନା

     ବିଶ୍ୱେ ଆଜି ପରିଚିତ,

ଏକତାର ମନ୍ତ୍ରେ ସେମାନଙ୍କ ତ୍ୟାଗ

     କରେ ସଦା ଜନ ହିତ |


   


Rate this content
Log in

Similar oriya poem from Inspirational