Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ମହାବିଦ୍ୟା ମାଆ କମଳା

ମହାବିଦ୍ୟା ମାଆ କମଳା

1 min
6


ଜୟ ମା କମଳା ଜୟ ନୀଳୋତ୍ପଳା 

    ଜୟ ମା କରୁଣାମୟୀ l

କମଳ ବାସିନୀ କମଳ ଆସନୀ 

   ମହାଦେବୀ ମହାମାୟୀ ll

ଜୟ ପଦ୍ମାସନୀ ଚମ୍ପକ ବରନୀ

   ଜୟ ମା ଐଶ୍ୱର୍ଯ୍ୟଦାତ୍ରୀ l

ଶଙ୍ଖ ଚକ୍ର ହସ୍ତା କମଳ ଆତ୍ମିକା 

  ଜୟ ମା କଲ୍ୟାଣଗାତ୍ରୀ ll

ଝଟ ଝଟ ଝଟ ସୁବର୍ଣ୍ଣ ମୁକୁଟ

  ଶିରେ ମା ଝଟକୁ ଥାଇ l

ଆଯୋନି ସମ୍ଭୂତା ସାଗର ମୁକୁତା

  ଜୟ କ୍ଷୀରାବ୍ଧୀ ତନୟୀ ll

ଜୟ ଖଞ୍ଜନାକ୍ଷୀ ଜୟ ତୁ ମିନାକ୍ଷୀ

   ପଦ୍ମାଳୟା କମଳିନୀ l

ତ୍ରିପୁର ବାସିନୀ ମାଆ ନିତମ୍ବିନୀ

   ନିତମ୍ବ ଗଜ ଗାମିନୀ ll

ସୁବର୍ଣ୍ଣ କଙ୍କଣ ହସ୍ତେ ଶୋଭାବନ

  ପୟରେ ରାଜେ କେୟୁର l

ଚାରି ଗଜ ଶିରେ କୁମ୍ଭେ ବରସନ୍ତି

   ମନ୍ଦାକିନୀ ଜଳଧାର ll

ଜୟ ମା ଜନନୀ ପାତକ ନାଶିନୀ

    ଜୟ ମାଆ ଜଗଦ୍ଧାତ୍ରୀ l

ତୋତେ ପୁଜାକରି ମାଆ ବିଶ୍ଵମ୍ଭରୀ 

   ଅଣିମା ଲଘିମା ପ୍ରାପ୍ତି ll

ବିଶ୍ଵ ଠାକୁରାଣୀ ବିଶ୍ଵ ବିନୋଦିନୀ

    ଜୟ ମାଆ ନନ୍ଦିନୃତେ l

ଜୟ ମହାବିଦ୍ୟା ନାଶ ମୋ ଅବିଦ୍ୟା 

   ନାରାୟଣୀ ନମସ୍ତୁତେ ll

    


Rate this content
Log in

Similar oriya poem from Inspirational