STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆକାଶ ଦିଶେ କି ସୁନ୍ଦର 

ଆକାଶ ଦିଶେ କି ସୁନ୍ଦର 

1 min
2

  ଆକାଶ ଦିଶେ କି ସୁନ୍ଦର 

     ============

ଆକାଶ ଦିଶେ କି ସୁନ୍ଦର।

         ଯଥା ସୁନୀଳ ପାରାବାର।।

ଅନନ୍ତ ଅସୀମ ତା' ବ୍ୟାପ୍ତି।

            ବିଭୁ ତାହାକୁ ସୃଜିଛନ୍ତି।।

ଧନ୍ୟ ସେ ଅପୂର୍ଵ ବିନ୍ଧାଣୀ।

       ଖଞ୍ଜିଲେ ସୂର୍ଯ୍ୟ ଚନ୍ଦ୍ର ଆଣି।।

ତାରା ଖଚିତ ଚନ୍ଦ୍ରାତପ।

          ଜଳନ୍ତି ତାରା ଦପ ଦପ।।

ଜହ୍ନମାମୁଁର ଗାଈ ଗୋଠେ।

      ସକାଳୁ ନଥାଆନ୍ତି ମୋଟେ।।

ଆକାଶେ ସୃଜି ମେଘମାଳ।

          ବୃଷ୍ଟି କରନ୍ତି ବର୍ଷା ଜଳ।।

ଉତ୍ତରେ ଧ୍ରୁବତାରା ଦିଶି।

             ପରିକ୍ରମନ୍ତି ସପ୍ତଋଷି।।

ତ୍ରିଶଙ୍କୁ ଅଧା ସ୍ୱର୍ଗେ ପୁଣି।

       ଶୁଣିଛି ପୂରାଣେ କାହାଣୀ।।

ଦିଶଇ ଅତୀବ ଉଜ୍ଜ୍ୱଳ।

     ଆକାଶଗଙ୍ଗା ତାରା ମେଳ।।

ଅତି କରାଳ ଧୂମକେତୁ।

        କ୍ୱଚିତ ଦେଖାଯାଏ କିନ୍ତୁ।।

ଅତି ପ୍ରଖରେ ଖସି ଉଲ୍କା।

        ଉଜ୍ଜ୍ୱଳ ଦିଶେ ଅଗ୍ନି ଶିଖା।।

ଶୋଭଇ ସନ୍ଧ୍ୟାତାରା ପୁଣି।

         ପ୍ରଭାତୀ ଉଷା ମଥାମଣି।।

ଗ୍ରହ ନକ୍ଷତ୍ର ବିଧି ମତେ।

         ଗମନ୍ତି ନିଜ କକ୍ଷ ପଥେ।।

ମହାକର୍ଷଣେ ଟଣା ଟଣି।

      ଆଶ୍ଚର୍ଯ୍ୟ ଲାଗେ ଛନ୍ତି ଶୁଣି।।

ଆଶ୍ଚର୍ଯ୍ୟ ସର୍ଜନା ଆକାଶ।

         ବିଭୁଙ୍କ ଲୀଳାର ପ୍ରକାଶ।।

ସ୍ୱର୍ଗ ନାମଟି ଅନ୍ଯ ତାରେ।

         ସରଗେ ରହନ୍ତି ଅମରେ।।

ଅମର ପୂରେ ଶଚିପତି।

      ଦେବଙ୍କ ରାଜନ ବୋଲାନ୍ତି।।

ପୂଣ୍ୟର ବଳେ ସ୍ଵର୍ଗବାସ।

         ମିଳଇ ଶାସ୍ତ୍ରରେ ପ୍ରକାଶ।।

ମନୁଷ୍ୟ ଦେହେ ଦିବ୍ୟଜ୍ଞାନ।

          ଦେଇ ଅଛନ୍ତି ଭଗବାନ।।

ସେ ଜ୍ଞାନ ବଳେ କରି ଚିନ୍ତା।

    ମନୁଷ୍ୟ ଖୋଜେ ଜୀବ ସତ୍ତା।।

ରକେଟ ଯାନେ ଚଡ଼ି କରି।

   ଆକାଶେ ଯାନ୍ତି ବ୍ୟୋମଚାରୀ।।

ସେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ।

        ଚାଲିଛି କେତେ ଅଭିଯାନ।।

ଡେଣା ଦୁଇଟି ଝାଡ଼ି ଝାଡ଼ି।

       ଶୂନ୍ୟରେ ପକ୍ଷୀ ଯାନ୍ତି ଉଡ଼ି।।

ଆକାଶେ କଳାମେଘ ଦେଖି।

    ସୁଖେ ନାଚନ୍ତି କେକା କେକୀ।।

ଆକାଶେ ଶୋଭେ ଇନ୍ଦ୍ରଧନୁ।

        ଶୋଭା ତା ନଭୁଲଇ ମନୁ।।

ଆକାଶେ ତାରା କେ ଗଣିବ।

        ବରଷା ଧାରା କେ କଳିବ।।

ଧନ୍ୟ ସେ ବିଶ୍ୱ କାରିଗର।

        ତାଙ୍କୁ ମୋହର ନମସ୍କାର ।।

             🙏🙏🙏

                ଅର୍ଜୁନୀ

          -------------

ଅର୍ଜୁନୀ ଚରଣ ବେହେରା 

ମୋ - 7693091971


Rate this content
Log in

Similar oriya poem from Inspirational