ଅମର ଶହୀଦ ରଘୁ ଦିବାକର
ଅମର ଶହୀଦ ରଘୁ ଦିବାକର
ଅମର ଶହୀଦ ରଘୁ ଦିବାକର
==============
ରଣପୁରୁ ଶୁଭେ ଆଜି ଗଣର ହୁଙ୍କାର।
ଡାକଦେଇଛନ୍ତି ବୀର ରଘୁଦିବାକର।।
ଶୁଣ ଶୁଣ ଶୁଣ ସର୍ବେ ରଣପୁର ପ୍ରଜା।
ମହାଉତ୍ପୀଡ଼କ ଏହି ରଣପୁର ରାଜା।।
ରସଦ,ସନନ୍ଦ ପୁଣି ଖଟାଇ ବେଗାରି।
ପ୍ରଜାର ରକ୍ତପିଅଇ ଏହି ଯୋକପରି।।
ମାଆ ମଣିନାଗେ ପୁଣି ଅର୍ପି ନରବଳି।
ଶୁଣ ଶୁଣ ସମସ୍ତଙ୍କୁ ମଣୁଅଛି ଛେଳି।।
ବ୍ରିଟିଶଦଲାଲ ଏହି ନିମୋକ ହାରାମ।
ଆମରି ରକତ ପିଇ କରଇ ଆରାମ।।
ଆସସବୁ ମଣିନାଗେ କରରେ ଶପଥ।
ବିଦ୍ରୋହଅଟଇ ଆମ ଏକମାତ୍ର ପଥ।।
ଚଳିବନି,ଚଳିବନି! ଆଉ ଏହି ବେଠି।
ମୁଣ୍ଡ ଫଟାଇବା ସବୁ ଆସ ପିଟିପିଟି।।
ରଣପୁର ପ୍ରଜା ସବୁ ଉଠିଲେକ ମାତି।
ବିଦ୍ରୋହାଗ୍ନିରେ ଜଳେ ରଣପୁରମାଟି।।
କ୍ରୂର ଅତି କ୍ରୂରଅତି ସେ ବେଜ୍ଲେଗେଟ।
ବ୍ରିଟିଶଦଲାଲ ଲାଠିମାଡ଼େ ସିଲପଟ।।
ମିଛ ଅପରାଧେ ପଡ଼ି ରଘୁ, ଦିବାକର।
ଧରାହେଲ ଗଲ ସୁଦୂର ଭାଗଲପୁର।।
ଲିଭି ଗଲା ତହିଁ ତୁମ୍ଭ ଜୀବନ ପ୍ରଦୀପ।
ନିଷ୍ପ୍ରଭ କିନ୍ତୁ ତୁମ୍ଭର ଜାତିପ୍ରୀତି ଦୀପ।।
ନମସ୍ୟ ନମସ୍ୟ ବୀର ରଘୁ ଦିବାକର।
ପ୍ରୟାଣ ଦିବସେ ଶହୀଦଙ୍କୁ ନମସ୍କାର । ଶହୀଦଙ୍କୁ ନମସ୍କାର।।
!! ଜୟ ହିନ୍ଦ୍ !!
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
