STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆମ୍ବୁଲର ଇତିହାସ

ଆମ୍ବୁଲର ଇତିହାସ

2 mins
1

         ଆମ୍ବୁଲର ଇତିହାସ
      =============
ଶୁଣ ଶୁଣ ଭାଇ କଥାଟିଏ ଭଲ l
ଆମ୍ବରୁ ତିଆରି ନାମଟି ଆମ୍ବୁଲ ll
ଆଜିଅଟେ ଭାଇ ଆମ୍ବୁଲ ଦିବସ l
ଶୁଣ କହୁଛି ମୁଁ ତାର ଇତିହାସ ll
କୁଜଙ୍ଗ ଗଡ଼ର ଥିଲେ ଷଣ୍ଢରାଜା l ଅତିସୁଖେଥିଲେ ସବୁ ଜନପ୍ରଜା ll
ଉତ୍କଳ ଆରାଧ୍ୟ ପୂଜ୍ୟ ଜଗନ୍ନାଥ l କଳାପାହାଡ଼ଟା କଲା ହନ୍ତସନ୍ତ ll
ବିଗ୍ରହଙ୍କୁ ହସ୍ତୀପଛେ ଟଣାଇଲା l
ନେଇକରି ପୁଣି ଅଗ୍ନି ଲଗାଇଲା ll
ଦୁଷ୍ଟ ଦୁରାଚାର ସେ ଦୂର୍ଦ୍ଦଣ୍ଡ ଅତି l
ମରିଗଲା ନିଜେ କରି ରକ୍ତବାନ୍ତି ll
ବିଶର ମହାନ୍ତି, କୁଜଙ୍ଗରୁ ଗଲେ l
ବ୍ରହ୍ମଙ୍କୁ ମୃଦଙ୍ଗେଲୁଚାଇ ଆଣିଲେ ll
ସେହି ବ୍ରହ୍ମ କୁଜଙ୍ଗରେ ରହିଥିଲେ l ପରେପୁଣି ନୀଳାଚଳକୁ ଚଳିଲେ ll
ଷଣ୍ଢ ରାଜାଙ୍କର ରହିଛି, କୀରତୀ l ଶ୍ରୀସୁଭଦ୍ରାକ୍ଷେତ୍ର କହେକିମ୍ୱଦନ୍ତୀ ll
ସେହି ଷଣ୍ଢରାଜା ଏକଦିନେ ଶୁଣ l ଆମ୍ବଦେଇ ଓଲ ରାନ୍ଧିଲେ ତିଅଣ ll
ସେହି ଆମ୍ବ ଖାଲି ଶୁଖାଆମ୍ବ ଥିଲା l ଓଲ,ଆମ୍ୱ ମିଶି ଆମ୍ୱୁଲହୋଇଲା ll
ଏହା ଅଟେ, ଆମ୍ବୁଲର ଇତିହାସ l
ଜନ୍ମ୍ ଦିନ ତା'ର ମାର୍ଚ୍ଚ ଅଠାଇଶ ll
ଓଡ଼ିଆର ପ୍ରୀୟ ଭୋଜନ ପଖାଳ l
ମଜା ରହିଥିଲେ ଫଡ଼ାଏ ଆମ୍ବୁଲ ll
କଞ୍ଚାଆମ୍ବ କାଟି ଦେଇ ଲୁଣତେଲ l ଓଡ଼ିଆଘରଣୀ କରେରେ ଆମ୍ବୁଲ ll
ଆମ୍ବୁଲ ପଖାଳ ଘରେଥିଲେ ଭାଇ l
ଓଡ଼ିଆର ଆଉକିଛି ଲୋଡ଼ା ନାହିଁ ll
ଆମ୍ବୁଲ ଦିବସେ, କର ଆଜି ଚିନ୍ତା l
ଏହା କି ନୁହଁଇ ! ଓଡ଼ିଆ ଅସ୍ମିତା ll
ଆମ୍ବୁଲକୁ ନେଇ ଚାଲ ସବୁ ଭାଇ l
ଟ୍ୟାଗ ମାନ୍ୟତା ଆଣିବା ଛଡ଼ାଇ ll
ହେଳା କରିବ ତ ଭେଳା ବୁଡ଼ିଯିବ l
ଆମ୍ବୁଲ ମାନ୍ୟତା କିଏ ନେଇଯିବ ll
ଦେଖିଛ ଲଢ଼ାଇ ରସଗୋଲା ପାଇଁ l ଜଗନ୍ନାଥେ ଆମ ରଖିଲେ ବଢ଼ାଇ ll
          🙏🙏🙏
             ଅର୍ଜୁନୀ
           ------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


Rate this content
Log in

Similar oriya poem from Inspirational