STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆସୁଅଛି ପୁଣ୍ୟ ଶ୍ରୀରାମନବମୀ

ଆସୁଅଛି ପୁଣ୍ୟ ଶ୍ରୀରାମନବମୀ

1 min
7

 ଆସୁଅଛି ପୁଣ୍ୟ ଶ୍ରୀରାମନବମୀ
     ===============
ଆସୁଅଛି ପୁଣ୍ୟ ଶ୍ରୀରାମ ନବମୀ।
ଚାଲ ବୁଲି ଯିବା ରାମ ଜନ୍ମଭୂମି।।
ଅତି ରମଣୀୟ ଅଯୋଧ୍ୟା ନଗରୀ।
ମନୁ ଗଢ଼ିଥିଲେ ଯାକୁ ଯତ୍ନ କରି।।
ବହି ଯାଇଅଛି ଅଯୋଧ୍ୟାକୁ ଭେଦି। ପୁଣ୍ୟପୂତଧାରା ସେ ସରଯୁନଦୀ।।
ସରଯୁ ସ୍ନାହାନ ପୁଣ୍ୟମୟ ଘାଟେ।
ସରଗକୁ ବାଟ ଅଟଇ, ଯଥାର୍ଥେ।। ସେହିଠାରେ ଆଜି ଲାଗିଛି ଉତ୍ସବ।
ପହଞ୍ଚୁ ଅଛନ୍ତି ଦେବାଦେବୀ ସର୍ଵ।।
ଦୂର, ଦୂରାନ୍ତରୁ ସାଧୁ, ସନ୍ଥ, ଆସି । ଆସିଲେଣି ଚନ୍ଦ୍ରଚୂଡ଼ ଛାଡ଼ି କାଶୀ।। ଜନମିବେ ନରଦେହେ ନାରାୟଣ।
ଶ୍ରୀରାମ, ଭରତ, ଶତୃଘ୍ନ, ଲକ୍ଷ୍ମଣ।। ଅଯୋଧ୍ୟାକୁ ତେଣୁ ଧାଉଁ ଅଛି ମନ।
ସବୁ ବ୍ୟଗ୍ର ଯାଇ କରିବେ ଦର୍ଶନ।।
ରାମ ଦରଶନେ ବାଞ୍ଛା, ଯିବ ପୁରି।
ବାଞ୍ଛା କଳ୍ପତରୁ, ଦୟା ମୟ ହରି।।
ଚାଲି ଅଛି ଅଯୋଧ୍ୟାର ସାଜ ସଜ୍ଜା।
ଶବଦ ଶୁଭଇ ଢକ୍କା ତୂରୀ ବାଜା ।।
ବାର୍ତ୍ତା ଧରି, ପତ୍ରେ ବୀର ହନୁମାନ।
ତିନି ପୁରେ, ଦେଇଛନ୍ତି ଆମନ୍ତ୍ରଣ।। ଭାଗ୍ୟଥିଲେ ଭାଇ ଏ ଦିବ୍ୟଉତ୍ସବ। ଦରଶନେ ନେତ୍ର ପବିତ୍ର ହୋଇବ।।
ଚାଲ ଚାଲ ଭାଇ ଯିବାରେ ତୁରନ୍ତ। ପ୍ରତୀକ୍ଷାରେ ଛନ୍ତି ରାଜା ଦଶରଥ।। ଫିଙ୍ଗିଦେଇ, ସବୁ ସଂସାର ଜଞ୍ଜାଳ। ଖରତରେ ମନ ଅଯୋଧ୍ୟାକୁ ଚାଲ।।
ରାମ, ରାମ, ରାମ, ନୟନାଭିରାମ। ପୁରାଇବେକାମ ପ୍ରଭୁ ମୋକ୍ଷଧାମ।।
            🙏🙏🙏
               ଅର୍ଜୁନୀ
              -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational