ଆସିଗଲା ଢେ଼ଙ୍କାନାଳ ବରା
ଆସିଗଲା ଢେ଼ଙ୍କାନାଳ ବରା
ଆସିଗଲା ଢେ଼ଙ୍କାନାଳ ବରା
==============
ଆସିଗଲା ଭାଇ ଢେଙ୍କାନାଳ ବରା l
ଶୁଦ୍ଧ ବିରି ବଟା ସ୍ୱାଦ ତା ନିଆରା ll
ଛେଚା ଆମ୍ୱ ଅଦା, ପିଆଜ ରସୁଣ l
ପଡ଼ିଅଛି ଜୀରା ଅଳ୍ପ ହେଙ୍ଗୁ ଲୁଣ ll
ବରା ଆମ ଅଟେ, ଭାରି ମୁସୁମୁସୁ l
ଚାଖ ଥରେ ହୋଇଯିବ ଦିଲଖୁସ ll
ଆସ ଆସ ଭାଇ ଟିକେ ଚାଖିଯିବ l
ସୁଆଦ ନିଶ୍ଚେ ତା ପାଟିରୁ ନଯିବ ll
ସ୍ୱାଦିଷ୍ଟ ଘୁଗୁନି, ବରା ସଙ୍ଗେ ନିଅ l
ବରାକୁ ମିଶାଇ ଭାଙ୍ଗିଭାଙ୍ଗି ଖାଅ ll
ନିଜେ ଖାଇ ବନ୍ଧୁ ବାନ୍ଧବଙ୍କ ପାଇଁ l
ନେଇଯିବା ପାଇଁ ଭୁଲି ଯିବନାହିଁ ll
ଜଗତବିଖ୍ୟାତ ଢେଙ୍କାନାଳ ବରା l
ଖାଣ୍ଟି ଏହି ଔଷଧିୟ ଗୁଣେ ଭରା ll
ବରା ଖାଇ ଗାଅ ସମର ସଂଗୀତ l
ଆମ କବି ବଡ଼ ଜେନା ବ୍ରଜନାଥ ll
ଚତୁର ବିନୋଦ କଥା ଭାରି ବଡ଼ l
ଗଡ଼ ନାୟକଙ୍କ ସାହିତ୍ୟକୁ ପଢ଼ ll
ଆମରି, ପବିତ୍ର ମୋହନ ପ୍ରଧାନ l
ବହୁ ବାର କଲେ ବିଧାନ ମଣ୍ଡନ ll
ବହୁତ କହିଲି ଢେ଼ଙ୍କାନାଳ କଥା l
ଆମ ବରା ପାଉ ନିଶ୍ଚୟ ମାନ୍ୟତା
ଆମ ବାଳବୀର ବାଜିଆ ଜାଣିବ l
ଟିଆଗ ମାନ୍ୟତା ନିଶ୍ଚୟ ଆଣିବ ll
ଢ଼େଙ୍କାଗଡ଼ ଢେଙ୍କାଶବର ସ୍ଥାପିତ l
ପ୍ରଭୁ ଚନ୍ଦ୍ରଚୁଡ଼େ କୋଟି ଦଣ୍ଡବତ ll
🙏🙏🙏
ଅର୍ଜୁନୀ
-------------
ଅର୍ଜ୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
