STORYMIRROR

Prabhanjana Tripathy

Fantasy Thriller

3  

Prabhanjana Tripathy

Fantasy Thriller

ମୁଁ

ମୁଁ

1 min
129

ମୁଁ ମୃତ ସମ ଏକ ଚଳନ୍ତି ଶବ

ନିଜକୁ ନିଜେ ଚିହ୍ନା ନୁହଁ

ନିଜ ପରିଧିରେ ଘୁରିବାର ବଳ ବି

କ୍ଷୁର୍ଣ୍ଣ

ସମୟ ଥାଉଣୁ ହୀନ ସମୟ

କଣ୍ଟାର ଗତିକୁ ନିରେଖିବା ସମୟ ମୋର ।

ସାହା ଓ ସହାୟତାର ହାତ ଅଛି

ହେଲେ ହାତ ବଢ଼େଇବାକୁ ବି ଶକ୍ତି ଶୂନ୍ୟ

ମୁଁ ଦଲ୍ ଦଲ୍ ଭିତରେ 

ମୁଁ ନିଜକୁ

ପଟୁ ମାଟିର କୁଳକୁ ଯିବାର ବାଟ ଖୋଯିବାରେ ବ୍ୟସ୍ତ ।

ଆସନ୍ତା କାଲି କିଏ ଅଛି

କାହାକୁ କହିବି

କିଏ ଶୁଣିବ

କେମିତି ପ୍ରସ୍ତାବ ପ୍ରସ୍ତୁତି ହେବ ।

ଜୀବନ ଆଗ୍ନେୟ ଶିଳାର ଅନ୍ୟ ରୂପ

ସୁପ୍ତ ନୁହଁ ଗୁପ୍ତ

ଉଦ୍ଗିରଣ ହେବାର ସମ୍ଭାବନା ହୀନ ।

ଭାବନାର ପାହାଡ଼ ତଳେ

ନିଜେ ନିଜ ପାଇଁ

ଚାରି ବାଉଁଶ

କେତେଖଣ୍ଡ କାଠ

ସାମର୍ଥ୍ୟ ହୀନ ହୋଇ ପଡ଼ିଥିବା

ପ୍ରୟାଶର' ଭୀନ୍ନକ୍ଷମ ମଣିଷଟିଏ ।

ଆଗାମୀ ସୁରୁଜର କିରଣ

ଛୁଇଁବା ପୂର୍ବରୁ

ଆଜିର ରାତିର ଅନ୍ଧାର ଭିତର ଦେଇ

ସ୍ୱର୍ଗକୁ ଛୁଇଁବା ଆକୁଳ ଇଚ୍ଛା

ନା କେତେ କର୍ତ୍ତବ୍ୟର "ଅହେତୁକ" ସଂକେତ

ହା ହା ହା ହା ହା ହା ହା ହା ହା

ହସିବାକୁ ଇଛାହୀନ କୋହ

ଆଖିରୁ ନିଗାଡ଼ିବାକୁଆଷାଢ଼ କୁ ନିବେଦନ

ଭାବନାର ଭିନ୍ନତା ଭିତରେ ଭିତରେ

ନିଜକୁ ହଜାଇ ଦେବାର ଅଗାଧ ବିଶ୍ୱାସ

କିନ୍ତୁ ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy