STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ମୋଦି ହାରିଲେ ହେଲା

ମୋଦି ହାରିଲେ ହେଲା

1 min
245


ଦେଶ ଭାସିଯାଉ ମୋର କି ଗଲା

ମୋଦି ହାରିଲେ ହେଲା ...!!

ଅନ୍ୟାୟ ନୀତି ରାଜାଙ୍କ ନିତି

ଜାତି ନିତି ନେଇ 

ଭାବ ପୀରତି ଯେ

ଭୋଟ ପଇଶା ମେଲା.....!!

ମୋଦି ହାରିଲେ ହେଲା ।୧।


କାଶ୍ମୀର ମାଟି ଆଣିଛି ଛାଣ୍ଟି

ନୂଆ ପଇଶା ,ପୁରୁଣା କାଟି

ପଠାଣି ରାଣୀ ,ହେବେନି କାଣି

ଜାତି କୁଳ କୁ,ଦେବେକି ଛାଣି

ପଳାରେ ମୋଦି ପଳା.....!!

ମୋଦି ହାରିଲେ ହେଲା।୨।


ଅନ୍ୟାୟ ବାଟ,ତାହାର ନାହିଁ

ନ୍ୟାୟ ବାଟକୁ,କିପାଇଁ ଧାଇଁ

ଚୋରଙ୍କୁ ଦିଅ,ଶାଶନ ଭାର

ପାଇଶା ଅଛି ,ତାଙ୍କ ଜବର

ଯେ ପାରିବ ପାର ଝୁଣି

ମୋଦି ହୃଦୟ ବଡ଼ ତରଳା.....!!

ମୋଦି ହାରିଲେ ହେଲା ।୩।


ବିଦେଶ ବୁଲା ସରୁନି ତାର

ସାରା ବିଶ୍ୱରେ ତାର ଆଦର

ଆତଙ୍କବାଦୀ ମୂଷା ବିଚାର

ଦେଶଭିତରେ ରଖି ଗୁମର

ମୁହଁରେ ବୋଳେ କଳା.....!!

ମୋଦି ହାରିଲେ ହେଲା ।୩।


ହିନ୍ଦୁ ଯେତେ ବଳି ପଡନ୍ତୁ

ବାହାରୁ ଆସି ରାଜ କରନ୍ତୁ

ବିଦେଶ ଯାଉ ଦେଶର ଧନ

ବିଦେଶୀ ହାତେ ରହୁ ଶାଶନ

କଳାକୁ କରି ଧଳା.......!!

ମୋଦି ହାରିଲେ ହେଲା ।୪।


ମୋଗଲ ଦେଲା ଇଂରାଜୀ ବାଟ

ଶାଶନ କଲା ଜମାଇ ଥାଟ

ମାରିଲେ କେତେ ମରିଲେ ସେତେ

ସ୍ୱାଧୀନ ହେଲା ,କିଏ ଭାରତେ ?

କେତେ ଯେ ପ୍ରାଣ ଗଲା......!!

ମୋଦି ହାରିଲେ ହେଲା ।୫।


ରାମ ମନ୍ଦିର ହେବ ନି ଠିଆ

ବିଦେଶୀ ହେବେ ବଇଁସ ଖିଆ

ମାରିବେ ଯେତେ,କରିବେ ଢି଼ଅ

ଦେଖିବ ସବୁ ରୁହ,ରେ ରୁହ

କରିବେ ଖୁଲା ମେଲା.....!!

ମୋଦି ହାରିଲେ ହେଲା ।୬।


ଚଢ଼ିବ ଘୋଡା,ହୋଇଛି ଠାବ

ବାଛି ମାରିବେ,ହୁଙ୍କାର ଦେବ

ଗଡିବ ମୁଣ୍ଡ ,ତୁହାକୁ ତୁହା

ଭାରତ ହେବ,ରକ୍ତ ବୁହା 

ଖେଳୁଛି ମାୟା କଳା......!!

ମୋଦି ହାରିଲେ ହେଲା ।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍