Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Behera tiki

Thriller Inspirational

3  

Sarojini Behera tiki

Thriller Inspirational

ମୁଁ

ମୁଁ

1 min
139


ଗୋଟିଏ ଶବ୍ଦ ବିଶିଷ୍ଟ ମୁଁ

ଗର୍ବ ଅଂହର ପ୍ରତିଛବି ହୋଇ

ଛିଡା ହୋଇଯାଉଛି ସାମ୍ନାରେ ।

ଜୀବନ ନାଟକରେ ମୁଁ କିଏ

ମୁଁ କ'ଣ, କ'ଣ କରିପାରେ

ମୋର ଅସ୍ତିତ୍ବ କ'ଣ 

କ'ଣ ପାଇଁ ମୁଁ ଆସିଛି

ମୋର କାମ କ'ଣ?

ପ୍ରଶ୍ନ ଉତ୍ତରର ଦୋଛକିରେ ମୁଁ ।

କେବେ କେବେ ତୋଳି ଦିଏ

ସ୍ୱପ୍ନ ତାଜମହଲ 

କେବେ କେବେ ସାଉଁଟି ଆଣେ

ଅଲୋଡ଼ା ସପନକୁ

କେବେ ପୁଣି ସାଜିଯାଏ ସୌଦାଗର

ପୁଣି କେବେ ବାଜିଗର ।

ହୃଦୟରେ ଅଜଣା ପ୍ରତିଛବି

ଆଣି ହୋଇଯାଏ ନାୟକ

କେବେ କେବେ ଦିଗହରା ପଥିକ

କେବେ ପୁଣି ସତ୍ୟ ନ୍ୟାୟ ଧର୍ମର

ଏକୁଟିଆ ବାଟୋଇଟିଏ ।

କେବେ ମୁଁ ଭାବୁକ କେବେ ପୁଣି ଗାୟକ

କେବେ କେବେ ଚିତ୍ରକର

କେବେକେବେ ନୃତ୍ୟ କର

ହଜିଯାଏ ଭାବନା ରାଇଜେ

ଅଙ୍କିଦିଏ ଅନାବନା ଛବି

ଗାଇଦିଏ ସ୍ୱର ତାଳ ଲୟ ହୀନ

ବେସୁରା ଗୀତଟିଏ ।

କେବେକେବେ ପ୍ରେମିକ ପ୍ରବୀର

ପୁଣି କେତେବେଳେ ବିରହି

ନାୟକ କେତେବେଳେ ହାତ

ମୁଠାରେ ଧରିଦିଏ ଅସୁରାଏ ଖୁସି

କେବେକେବେ ଭରି ଦିଏ ଲୁହର ସାଗର ।

ସତରେ ମୁଁ କ'ଣ ? ଉତ୍ତରର 

ଅନ୍ୱେଷଣରେ ଅତିବାହିତ 

ଜୀବନକୁ ଦେଇଚାଲେ

ମିଛି ମିଛିକା ଉପାଧି ପଦବୀ

ନା ପାଉଛି ଉତ୍ତର ନା 

ବୁଝିପାରୁଛି ପ୍ରଶ୍ନକୁ

କେବଳ ଅଂହକାରର ଅନ୍ଧକାରରେ

ଅଣନିଶ୍ୱାସୀ ହୋଇ ଛିଡା ହୋଇଛି

ମୁଁ କେବଳ ମୋର ଚାରିପାଖରେ

ମୁଁ କେବଳ ମୁଁ ।


Rate this content
Log in

Similar oriya poem from Thriller