Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUDARSHAN GILI

Others Thriller

3  

SUDARSHAN GILI

Others Thriller

ତ୍ରିରଙ୍ଗା

ତ୍ରିରଙ୍ଗା

1 min
385


ଆଜି ତ୍ରିରଙ୍ଗା ଉଡ଼ିବ 

ଦିଲ୍ଲୀ ଠାରୁ ଗାଁର 

ଭିଟା ମାଟି ପର୍ଯ୍ୟନ୍ତ l

ତ୍ରିରଙ୍ଗାର ଚତୁର୍ଦିଗରେ 

ଛିଡା ହୋଇ ଥିବା ଆମେମାନେ 

ଜାତୀୟ ସଂଗୀତ ଗାନକରୁଥିବା 

ବାଜାର ତାଳ, ଲୟରେ l

ଆଜି କେତେ ନେତା, ମନ୍ତ୍ରୀ 

ତ୍ରିରଙ୍ଗା ତଳେ ମିଛ ପ୍ରତିଶ୍ରୁତି ଦେବେ 

ତାହାର ତ୍ରିରଙ୍ଗା ହିଁ ସାକ୍ଷୀ ପାଲେଟିବ l

ମିଛ ପ୍ରତିଶ୍ରୁତି ପାଇ 

ଆମ୍ଭେ ମାନେ ତାଳି ମାରିବା 

ଆଉ ବୁନ୍ଦି, ଲଡ଼ୁ ଖାଇ ଘରକୁ ଫେରିବା l

ଆମେ ଜାଣୁ 

ତ୍ରିରଙ୍ଗା ତଳେ 

ନେତା, ମନ୍ତ୍ରୀ ମିଛ ପ୍ରତିଶ୍ରୁତି ଦେବେ? 

ହେଲେ ତାଙ୍କର ମିଛ ପ୍ରତିଶ୍ରୁତିକୁ ବିରୋଧ ନକରି 

ଆମେ ସମସ୍ତେ ଭାବ ବିହୁଳରେ ବୁଡିଯାଉ l

ଦେଖ ଆଜି ସଙ୍ଗାତ 

କେତେ ଶାନ୍ତ ଆଉ ଧୀର ଗତିରେ ଉଡ଼ୁଛି ତ୍ରିରଙ୍ଗା 

ଆକାଶର ଢଙ୍କା ମେଘ 

ତ୍ରିରଙ୍ଗାର ଜୟ ଜୟ ଗାନରେ

ଶାନ୍ତ ପାଲେଟି ଯାଇଛି l

ତ୍ରିରଙ୍ଗା ଆଜି ଶାନ୍ତିର ପ୍ରତୀକ ଦଉଛି 

ଆଉ କହୁଛି ଦୁଷ୍ଟ, ବଦମାସ ଲୋକ ମାନେ 

ଦେଶ ଛାଡି ଚାଲି ଯାଅ

ନହଲେ ଛାତି ଚିରି ରକ୍ତ ଶୋଷି ନେବି l

କୁନି କୁନି ଛାତ୍ର, ଛାତ୍ରୀ ମାନେ 

ମହାପୁରୁଷଙ୍କ ବେଶ ଧରି 

ତ୍ରିରଙ୍ଗା କୁ ଘେରି ରହିଛନ୍ତି l

ସେ ଗାନ୍ଧୀ, ବୋଷ, ପାଲେଟିଛନ୍ତି l

କୁନି, କୁନି ଛାତ୍ର, ଛାତ୍ରୀ ମାନେ 

ଯେତେ ବେଳେ ତ୍ରିରଙ୍ଗାର 

ଚତୁର୍ଦିଗରେ ଭାଷଣ ପ୍ରଦାନ କରନ୍ତି 

ସେତେବେଳେ ମତେ ଲାଗେ 

ମୁଁ ସତ୍ୟର ଖୁମ୍ବ ପାଖରେ ଛିଡା ହୋଇଛି l


Rate this content
Log in