Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Thriller

4  

Satyanarayan Sahoo

Action Classics Thriller

ଗୁମୁରୀ କାନ୍ଦୁଛି ଭାରତ ମାଆ

ଗୁମୁରୀ କାନ୍ଦୁଛି ଭାରତ ମାଆ

1 min
218



ଗୁମୁରୀ କାନ୍ଦୁଛି ଭାରତ ମାଆ

କଳୁଷିତ ଆଜି ତାର ସଭ୍ୟତା ।

ସଂସ୍କୃତି, ଧରମ, ଧାରଣା ଚିନ୍ତା

ନ୍ୟାୟ, ନୀତି, ବିଧି, ଆଦି ବ୍ୟବସ୍ଥା ।

ଆଧ୍ୟାତ୍ମିକ ଭାବ ଭିଭାବ ଯେତେ

ସବୁ ଲୁପ୍ତ ହୋଇ ଯାଉଛି ନିତ୍ୟେ ।

ସଭ୍ୟତା ମୟୁଖ ଯହିଁ ରୁ ଯାତ

ଔତ୍କର୍ଷ୍ୟ ରେ ସାରା ବିଶ୍ୱେ ବିଖ୍ୟାତ ।

ସଂସ୍କୃତି ଓ ରୀତି ନୀତି ନିୟମ

ଆଦର୍ଶ , ଚଳଣୀ , କଳା ବିଜ୍ଞାନ ।

 ସାହିତ୍ୟ , ଇତ୍ୟାଦି ଯାର ଗାରିମା

ଦିନୁଦିନ ନଷ୍ଟ ହୁଅଇ ନାନା

ସ୍ଥାନେ ନାନା ମତେ କଳନା ।

କରି ନ ହୁଅଇ ସମାଜେ ଆଜି

ଭ୍ରଷ୍ଟ ରୀତି ନୀତି ବିଧାନ ସୃଜି ।

ସ୍ୱlର୍ଥାନ୍ଵେଶୀ ଜନେ କରନ୍ତି କୋପ

ଗୁମୁରି ଗୁମୁରି କରେ ବିଳାପ ।

ଭାରତ ମାତା ଯେ କାରୁଣ୍ୟେ ଅତି

ଲୋପ ପାଏ ନିତି ଐକ୍ୟ ସଂହତି ।

ସାମାଜିକ ଜୀବନ ରେ ଅନେକ

ଲାଗି ରହି ଦୁଃଖ ଶୋକ ଆତଙ୍କ ।

ନା ନା ସ୍ଥାନେ ହିଂସା କାଣ୍ଡ ଘଟଇ

ଅପରାଧ ଦିନୁ ଦିନ ବଢ଼ଇ ।

ନାରୀ ର ଜୀବନ ହୁଏ ଉଛନ୍ନ

ନଷ୍ଟ ଭ୍ରଷ୍ଟ ହୁଏ ତାର ସପନ ।

ସ୍ନେହ ଶ୍ରଦ୍ଧା ପ୍ରୀତି , ଶାନ୍ତି ସନ୍ତୋଷ

ହ୍ରାସ ପାଇ କ୍ରମେ ବଢେ ବିଦ୍ୱେଷ ।

ଜନତା ସଭିଏଁ ହୁଅନ୍ତି ଦୁଃଖୀ

ଗୁମୁରି କାନ୍ଦୁଛି ଏ ସବୁ ଦେଖି ।

ସବୁଠି ଦୁର୍ନୀତି ଓ ପ୍ରିୟା ପ୍ରୀତି

ସ୍ବାର୍ଥ ପାଇଁ ଆଜି ବଢି ଚାଲିଛି ।

ଗୋ ହତ୍ୟା ଓ ଭ୍ରୁଣ ହତ୍ୟା ବଢ଼ଇ

ଗୁମୁରି କାନ୍ଦୁଛି ଏ ସବୁ ଚାହିଁ ।

ଭାରତ ମାତା ର ଦୁଃଖ ଓ କୋହ

ବୃଦ୍ଧି ପାଇ ଚାଲେ ତୀବ୍ର ଅସହ୍ୟ ।


Rate this content
Log in

Similar oriya poem from Action