STORYMIRROR

Bijaya kumar panda

Inspirational Thriller Others

4  

Bijaya kumar panda

Inspirational Thriller Others

ତ୍ରିଧାରା ନୀତି

ତ୍ରିଧାରା ନୀତି

1 min
346

ଇଶ୍ଵର ସ୍ମୃତିରେ ସମ ଦୃଷ୍ଟି ରଖି,ନିଜ ଦୋଷ ଖୋଜୁଥିବ

ତ୍ରିଧାରା ନୀତିରେ ଧ୍ୟାନ ରଖି ବାବୁ, ପ୍ରତିଦିନ ଚଳୁୁୁୁଥିବ।

ଧର୍ମ ଆଇନ୍ ବୃଦ୍ଧା ଅବସ୍ଥା କୁ ତୁହି ତ ସମ୍ମାନ ଦେବୁ

ସଂଗୀତ ସୌନ୍ଦର୍ଯ୍ୟ ଜ୍ଞାନ କୁ ସଦା ପ୍ରଶଂସା କରୁଥିବୁ।

ଆଳସ୍ୟ ଖୋସାମତ ବାଜ୍ୟେ କଥା ଠାରୁ ଦୂରେଇ ଯାଅ

ଦୁୁୁଃଖ ମୃତ୍ୟୁ ଆଉ ବିିିିପତ୍ତିି ପାଇଁ ସବୁ ପ୍ରସ୍ତୁତି ହୋଇ ରୁହ।

ଚୋରି ନେତା ବାଦ୍ ବିବାଦ ଠାରୁ ନିବୃୃତ ହୋଇ ରୁହ

ଜିିହ୍ୱା କ୍ରୋଧ କର୍ମ ତିିିନୋଟିି କଥାରେ ସଂଯମ ରକ୍ଷା କର।

ମନ ଇନ୍ଦ୍ରିୟ ବଚନ କୁ ତୁୁମେ ଆୟତ ଯେବେ କରିବ

ଦେଶ ମିତ୍ର ଧନ ତିନୋଟି ଗୁଣରେ ଜୀବନ ଉତ୍ସର୍ଗ କର।

ପଡ଼ିବା ଲେଖିବା ଶୁଣିବା ଅଙ୍ଗେ ସଭିଏଁ ଅଧ୍ୟୟନ କରି

ସାଧୁତା ସତ୍ୟ ତା ସ୍ବଚ୍ଛତାକୁ ନେବାରେ ସବୁ ଆଦୋରୀ।

ବାକ୍ୟ ଆଚରଣ ଚରିତ୍ର ଗଠନେ ବହୁତ ସଜାଗ ରହିବା

ଦାରିଦ୍ର୍ୟ ଗୁରୁଜନ ଚାକର ମାନଙ୍କୁ ଭଲରେ ସବୁ ଦେଖିବା।

ଆଳସ୍ୟ ମିଥ୍ୟା ଅଶ୍ଳୀଳ ଭାଷଣ ତାକୁ ପ୍ରତିରୋଧ କରି

ଭଲ ବନ୍ଧୁ ଭଲକାମ ଓ ବହିକୁ ନେବାରେ ଆମେ ସାଉଁଟି।

ଲମ୍ପଟ ପରଶ୍ରୀ କାତରତା ଚୌର୍ଯ୍ୟ ବୃତ୍ତିରେ ଘୃଣା କରି

ଲାଞ୍ଚ ଦେବା ନେବା ପୁଣି ଦିଆଇବା କର୍ମକୁ ବନ୍ଦ୍ କରି।

ଦିିବ୍ୟାଙ୍ଗ ଅନାଥ ଓ ବିଧବାଙ୍କୁ ପରିହାସ କର ନାହିଁ

ଶପଥ ବନ୍ଧୁୁତ୍ବ ପ୍ରେମ ସାଗରରେ କର୍ମ କରିଯାଅ ତୁହି।

ସତ୍ୟ ଅକ୍ରୋଧ ଲୋଭରୁ ଦୂରେଇ ସବୁ କାମ କରି ଯାଅ

ମନ କାମ ଜିିଭ ଇନ୍ଦ୍ରିୟ ମାନଙ୍କୁ ନିଜ ବଶରେ ରଖିଥାଅ।

ଆସକ୍ତି ଆଳସ୍ୟ ଅହଂକାର ଠାରୁ ସମସ୍ତେ ଦୂୂୂରେଇ ଯିବା

ଇଶ୍ଵର ସଦ୍ଗୁରୁୁ ସଦ୍ଗ୍ର୍ରନ୍ଥ ଧରି ପ୍ରଭୁଙ୍କ ଶରଣ ନେବା ।

ଦୟା କ୍ଷମା ବିନୟକୁ ଧରି ପିତା ମାତା ଗୁରୁଙ୍କ ସମ୍ମାନ କର

ନିିଜ ପ୍ରଶଂସା ଗୁରୁ ନିନ୍ଦା ପରନିନ୍ଦା ରେ ନର୍କେ ବାସ।

ସମୟ ସ୍ରୋତ ମୃତ୍ୟୁ କାହାକୁ ଅପେକ୍ଷା କରେ ନାହିଁ

ଇଶ୍ଵର ପରିଶ୍ରମ ବିଦ୍ୟା ଏହି ତିିନୋଟର ନାହିଁ ଅବନତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational