STORYMIRROR

Gobinda Chandra Sethi

Abstract Tragedy Thriller

4  

Gobinda Chandra Sethi

Abstract Tragedy Thriller

ହେ ପାରମାତ୍ମା କାନ୍ଦୁଛି ଆତ୍ମା

ହେ ପାରମାତ୍ମା କାନ୍ଦୁଛି ଆତ୍ମା

1 min
258

ବାଲେଶ୍ୱର ବୋଉ ଟପୁଛି ଏବେ

ଫୋନ୍ ଟିକିଏ ରଖୁଛୁ

ପହଞ୍ଚିଲା ପରେ ଫୋନ୍ କରିବୁ

ଏତେ ବ୍ୟସ୍ତ କାହିଁ ହେଉଛୁ ll

କିପରି ବୁଝିବ ମା'ର ହୃଦୟ

ଶେଷେ ପଦେ କଥା ହେଉଛି

ଯେତେ ଫୋନ୍ କଲେ ଆଉ ଧରୁନି

ମମତା ବିକଳେ କାନ୍ଦୁଛି ll

ରେଳ ଗାଡ଼ିଟା ସେ ଅବାଟେ ଗଲା

ଥରାଇଲା ବାହାନଗାକୁ 

ଆତ୍ମୀୟ ସ୍ୱଜନ କେତେ ହଜିଲେ

ଚିର ଦୁଃଖ ଦେଲା ଦେଶକୁ ll

ଜନତା ଛୁଟିଲେ ବଙ୍ଗ ବିହାରୁ

ଆତ୍ମୀୟ ମାନଙ୍କୁ ନେବାକୁ

ହାତ, ଗୋଡ଼, ହୀନ ଦଗ୍ଧ ଶରୀର

ଚିହ୍ନି ହେଲାନାହି କାହାକୁ ll

ସ୍ୱାମୀ ଚାଲିଗଲା ପତ୍ନୀ ଆଗରେ

ମଥାରୁ ସିନ୍ଦୁର ଯାଇଛି

ସାହା ଓ ଭରଷା ଆଉ ଦିଶୁନି

ବିକଟାଳ ରଡି ଶୁଭୁଛି ll

ମଢ଼ା ମୁହଁ ଖୋଲି ଖୋଜିଛି ବାପା

ପୁଅ ବୋହୁ ତା'ର ନାତିକୁ

ଯେବେ ସେ ଦେଖିଛି ଛାତି ପିଟିଛି

କିଏ ସେ ଦେଖିବ ଦୃଶ୍ୟକୁ ll

ବାହାନଗା ଠାରେ ପଘା ଛିଡାଇ 

ଭେଟ କରି ତିନି ରେଳକୁ

ଲୌହ ରାକ୍ଷସ ସେ କ'ଣ ବୁଝିଲା

ଖାଇଗଲା ଲକ୍ଷେ ମୁଣ୍ଡକୁ ll

ବଡ଼ ହନ୍ତସନ୍ତ କାହିଁ କରିଲେ

ସ୍ନାନ ପୂର୍ଣିମା ବେଳକୁ

ରକ୍ତର ଛିଟିକା କିପରି ଆସେ

ସ୍ନାନ ମଣ୍ଡପର ତଳକୁ ll

ମହାସ୍ନାନ ପରେ କିଛି ନ କହି

ମଉନେ ଚାଲିଲେ ଘରକୁ

ଅଣସର ଘରେ ନିଦଖି ଶୋଇ

ଆଘାତ ଦେଇଛି ମନକୁ ll

ଯାହାତ ଭୋଗିଲୁ ଭାଗ୍ୟରେ ଥିଲା

ଶାନ୍ତ କର ନିଜ ମନକୁ

ତୁମେ ନ ଚାହିଁଲେ ସବୁ ହଜିବ

କ୍ଷମା କରି ଦିଅ ଆମକୁ ll

ହେ ପରମାତ୍ମା କାନ୍ଦୁଛି ଆତ୍ମା 

ମୋକ୍ଷ କରି ଦିଅ ତାହାଙ୍କୁ

ସବୁ କ୍ରିୟାକର୍ମ ଶେଷ ହୋଇଛି 

ଶାନ୍ତ କରି ଦିଅ ମନକୁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract