STORYMIRROR

Manas Ranjan Nayak

Tragedy Inspirational Thriller

4  

Manas Ranjan Nayak

Tragedy Inspirational Thriller

ପୁଲଓ୍ବାମା ଷଡଯନ୍ତ୍ର

ପୁଲଓ୍ବାମା ଷଡଯନ୍ତ୍ର

1 min
676

ଦେଶପ୍ରେମ ତ୍ଯାଗ ବଳିଦାନ ସାହସ ବୀରତ୍ୱ ର ଅମ୍ଳାନ ପ୍ରଦୀପ

ପୁଲଓ୍ବାମା ସୀମାନ୍ତ ରେ ଶହୀଦ୍ ଭାଇଙ୍କ ଦ୍ବିତୀୟ ବାର୍ଷିକୀରେ ଅଶ୍ରୁପୂର୍ଣ୍ଣ ପ୍ରଣିପାତ

ଓଜସ୍ଵିନୀ ଭାଷଣ,ବାକଚାତୁରୀ ଓ ଦେଖାଣିଆ ଦେଶପ୍ରେମୀ 

ଆଜି ଅନେକ

ଶହୀଦ୍ ଶୋକଦିବସରେ ବି ଭୁଲନ୍ତିନି ଗାଦି ସଂରକ୍ଷଣ ର

ଅଭିନବ ସୁରାକ। (୧) 


ସେଦିନବି ଥିଲା ଆଜିପରି ଏକ ଲୋହିତ ସୂର୍ଯ୍ୟୋଦୟ ସ୍ବର୍ଣ୍ଣାଭ ଦିଗନ୍ତରେ

ସୁରକ୍ଷା ର ଦାୟିତ୍ୱ ଥିଲା ନ୍ଯସ୍ତ ସେମାନଙ୍କ ସୁଦୃଢ଼ ହୃଦୟ ଶକ୍ତିଶାଳୀ କାନ୍ଧରେ

ଫେବୃଆରୀ ଚଉଦର ନିର୍ମଳ ଆକାଶକୁ ଘୋଟିଗଲା ଆତଙ୍କର ବଉଦ

ଡାକରା ଆସିଲା ଚିରପ୍ରତୀକ୍ଷିତ ଉତ୍ସର୍ଗ ର ମୁହୂର୍ତ୍ତ, ମା' ପାଇଁ କର୍ତ୍ତବ୍ଯ ର ସୁଯୋଗ। (୨) 


କୁତ୍ସିତ ଅମାନବୀୟ ବର୍ବର ମାନସିକତାର ହୁଏ ସ୍ଫୁରଣ

ଜିହାଦି ନାମକରଣରେ ଆଉ ଏକ ଆତ୍ମଘାତୀ ସମର୍ପଣ

ସଂକୀର୍ଣ ସ୍ବାର୍ଥ ପାଇଁ ହୁଏ ଅର୍ଦ୍ଧଶତ ଯବାନଙ୍କ ଆହୁତି ସମ୍ପର୍ଣ୍ଣ

ପରାସ୍ତ ସେ ସନ୍ତ୍ରାସବାଦୀ ଅଟ୍ଟହାସ୍ଯ ଦେଶପ୍ରେମ ହିଁ ଅକ୍ଷୁର୍ଣ୍ଣ। 

(୩) 


ତର୍କ ବିତର୍କ ଆଜି ପ୍ରତିକ୍ଷଣ ସୁରକ୍ଷା ସ୍ବାଧୀନତା ମୌଳିକ ଅଧିକାର କୁ ନେଇ

ଦାୟିତ୍ୱ କେବଳ ସିମୀତ ଆଜି ଭାଷଣ ସାଲ୍ଯୁଟ କରତାଳି ମାଲ୍ଯାର୍ପଣକୁ ନେଇ

ନିର୍ଲଜ୍ଜତା ର ଚାଦର ଘୋଡାଇ ଅଭିବାଦନ ସ୍ବାଗତ ସମ୍ବର୍ଦ୍ଧନା ର ଉଚ୍ଚାଟ ଆମନ୍ତ୍ରଣ

ଲକ୍ଷେ ପୁଲଓ୍ବାମା ଶହୀଦର କବର ଉପରେ ବିଜୟୋଲ୍ଲାସର ସଫେଦ ତୋରଣ। (୪) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy