STORYMIRROR

Puspanjali Panda

Thriller Others

3  

Puspanjali Panda

Thriller Others

ଏହି ଅଳି

ଏହି ଅଳି

1 min
321

ମହାପ୍ରଭୁ,

ଜୀବନ ମରଣ ଗର୍ବ ଅଭିମାନ

ସୁଖ ଦୁଃଖ କଥା ତମେ ସବୁ ଜାଣ ।

ତଥାପି ଛାଡୁନି ନିଜ ଟାଣପଣ ।

ଅହଂ ଭାବନାରେ ସଂସାର ଭିତରେ

ନିଜ ପତିଆରା କରେ ଦୁନିଆରେ ।

ମହାପ୍ରଭୁ,

ଅବୁଝା ଘରଣୀ, ଝିଅ ଅଭିମାନୀ,

ପୁଅ ସ୍ୱାର୍ଥ ଜଗେ, ନିଜ ଭ୍ରମ ଜାଗେ

ପାପ ପୂଣ୍ୟ ବେନି କିଛି ବି ଜାଣିନି ।

ସବୁଦିନ ଏଠି ରହିବି ସତେକି

ଓଜନିଆ କରେ ସଂସାର ନିକିତି ।

ମହାପ୍ରଭୁ,

ମଣିଷ ପ୍ରକୃତି କାମନାରେ ଇତି

ଲୋଭ ମୋହ ଫାଶ କିଏ ବା କାଟିଛି

ହାତ ମୁଁ ପାତିଛି ଭରସା ରଖିଛି ।

ଅବୁଝା ମନକୁ ବୁଝାଇ ଦେଇଛି

ଆୟୁଷ ଗାର ମୋ ସରିତ ଆସୁଛି ।

ମହାପ୍ରଭୁ,

ଆପଣାର କେହି ସଂସାରରେ ନାହିଁ

ଜୀବ ଗଲାବେଳେ କରୁଣା କରିବ

ତୋର ନାମ ପଦ ହୃଦ ଜପୁଥିବ ।

ଆଖି ଲାଖିଥିବ ଚକା ନୟନରରେ

ଏତିକି ଅଳି ମୋ ରଖିବ ଠାକୁରେ।


Rate this content
Log in

Similar oriya poem from Thriller