ଯୌବନ
ଯୌବନ
ଧନ ଯଉବନ କ୍ଷଣ ସ୍ଥାୟୀ ଜାଣ
ଅପସରି ଯାଏ ଆପେ
ସମୟ ଚକ୍ରରେ ସଵୁ ହଜିଯାଏ
ବିଧିର ବିଧାନ କୋପେ ।
ମର୍କଟିବି ହସେ ଯୌବନ ଊଚ୍ଛ୍ଵାସେ
ରମ୍ଭାକି ମେନକା ହେଜି
ଯୌବନ ପ୍ରକୋପ ସୌନ୍ଦର୍ଯ୍ୟ ବିଶେଷ
ସୃଷ୍ଟିର ବିଭବ ରାଜି ।
ସରସ ସୁନ୍ଦର ସୁଲଭ ଯୌବନ
ଗୌରବରେ ବିମଣ୍ଡିତ
କାମ ଅଗ୍ନି ବହ୍ନି ନିୟନ୍ତ୍ରଣେ ରଖି
ହୁଅ ସର୍ବେ ଆଦର୍ଶୀତ ।
ସଞ୍ଜମତା ମନ୍ତ୍ର କରହେ ପୋଷଣ
ଯୌବନା ବିଭବା ସାଥୀ
ମାନ ସନମାନ ରହିବ ଅକ୍ଷୂର୍ଣ୍ଣ
ସମାଜେ ବଢିବ ଖ୍ଯାତି ।
ନବ ଯଉବନା ସାଜ ଦୃଢମନା
ପ୍ରତାରିତ ହୁଅ ନାହିଁ
ପ୍ରେମ ପ୍ରବଞ୍ଚନା ବିରଳ ଯାତନା
ପାରିବନି ତୁମେ ସହି ।
ନିନ୍ଦା ଅପନିନ୍ଦା କଳଙ୍କର ଛିଟା
ଯୌବନର କଳା ଦାଗ
ସୁନ୍ଦର ଯୌବନ ହରାଇବ ଯଶ
ସମାଜ ବୋଳିବ ରଙ୍ଗ ।
କ୍ଷଣିକ କାମନା କରେ ବାଟବଣା
ଯୌବନର ଅଭିଳାଷ
ଉଦ୍ଭଟ୍ଟ ପ୍ରେମର ଏଇ ରୂପରେଖ
ମର୍ଯ୍ୟାଦାକୁ କରେ ଧ୍ଵଂସ ।
ପ୍ରେମିକ ପ୍ରେମିକା ସର୍ବ ଜନାଦୃତା
ଯୌବନ ଚରଣାଶ୍ରିତ
ପ୍ରେମ ମନ୍ତ୍ର ପଢି ଖୋଲ ଜ୍ଞାନ ପେଡ଼ି
ସମାଜ ସାଜିବ ମିତ ।