କାଳର କରାଳେ
କାଳର କରାଳେ
କାଳର କରାଳେ
ବିବଣ୍ଣ ସକାଳ ଆସେ ବିରହି ପ୍ରେମିକା ପରି
ରହଷ୍ଯମୟୀ ଶରୀରେ ଉଛୁଳା ରକ୍ତ
ଚିତ୍ରିତ ହୁଏ ସାରା ଜଗତ,
ସଭ୍ୟ ପୋଷାକର ଆବରଣେ
ଅନ୍ଧ-ମୂକ-ବଧିରର ଅଭିନୟ
ଆହ୍ଲାଦିତ ରଙ୍ଗମଞ୍ଚ !
କାଳର କରାଳେ
ଦ୍ରୌପଦୀ ଏଠି ବିବସନା ହୁଏନି
ସାଦରେ ବସନ ଖସାଏ ଛାତିରୁ କଟିରୁ
ସୀତା ଏଠି ଅପହଛତା ହୁଏନି
ଚାଲି ଯାଏ ସ୍ବଇଚ୍ଛାରେ
ରାବଣ ସାଥୀରେ
ଚନ୍ଦ୍ରଶେଣାର ଅଭିନୟ କରେ ରାମ ।
କାଳର କରାଳେ
ଯାଦୁ ଖେଳ ହୁଏ କଳାଟଙ୍କାରେ
ନଗ୍ନ ଯୁବତୀର ଦିହରେ
ଚିତ୍କାର ମିଳେଇ ଯାଏ !
କାଳର କରାଳେ
ପୂଜା ପାଏ କାମ ଓ ବିଳାସ
ଅର୍ଥ ସାଜେ ପୁରୋହିତ
ବଳି ପଡ଼େ ମାନବତ୍ମା !
ସଭ୍ୟ ଏଠି ଅହଭ୍ଯ ହେଲାଣି
କାହିଁକି କହିବ କିଏ ?
କଳା କଳା ବାଦଲ ଉହାଡେ
ଚାନ୍ଦିନୀର ଲୁଚକାଳୀ ଖେଳ
ଅନ୍ଧାର ଆହୁରି ଘନ ହୁଏ
ପୃଥିବୀ ଘୁମେଇ ଯାଏ ନିଦରେ
ଖୁବ୍ ନିଦରେ ।