ସାଥି
ସାଥି
1 min
327
ଆଖିର ସାଥି ଲୁହ
ମନର ସାଥି କୋହ
ସମୁଦ୍ର ସାଥି ଢେଉ
ମାଛର ସାଥି କଉ
ଦିନର ସାଥି କାଉ
ରାତିରେ କୁକୁର ଭୂ
ନଦୀରେ ରାହା ନାଆ
ମୁନାର ସାଥି ଜେଜେମା
କୁନାର ସାଥି ପୁଷି
ମିଠୁର ସାଥି ଆସି
ଦୁହେଁ ଶାରୀ ଓ ଶୁଆ
ସକାଳେ କାଉ କାଆ
ଜେଜେଙ୍କ ବାଙ୍କୁଲି ବାଡ଼ି
ଅଜାଙ୍କ ପାନ ପେଡି
ଆଇର ଗୀତା ଭାଗବତ
ମୁନିର ମାଆ ପଣତ
କେହି କାହାକୁ ଛାଡ଼ି
ନରହେ ଗୋଟେ ଘଡି
ଏହି ଆମରି ସୁଖ
ଘଣ୍ଟ ଘୋଡେଇ ରଖ
ଆହେ କଳାଶ୍ରୀମୁଖ
ମାମୁଁ ଘର ବଡ଼ ସୁଖ
ପାଠ ପଢିବା ନୋହି ବିମୁଖ ।।
