ତୁମ ଗାଁ ମହୁମାଛି ବରଷାରେ ସବୁକିଛି
ହରାଇ ଆମ ଗାଁରେ ଅଛି
ମତେ ମାଗୁଛି ଫୁଲ କଷି
ମୁଁ ବୁଢା ବରଗଛ ମୋ ବୟସ ଯାଇଛି
ମୋ ଚାରିପଟେ ଲୁହ,ଲହୁ ଓହଳ ଅଛି
ମିଛି ମିଛି ଖେଳୁ ଖେଳୁ ମହୁମାଛି
ଦେଇଛି ପୋଛି
ତା ପାଖରେ କଳା ସଂଚୟରୁ କିଛି
ମୁଁ ବୁଢା ଜରସଦ୍ଗବ ମୋ ଅନୁଭୂତି କିଛି
ବାଣ୍ଟି ମୁଁ ଦେଇଛି
ପିମ୍ପୁଡି ନେଲା ବେଳେ ଝୀଂଟିକା ଖେଳିଲା ହେଳେ
ଏବେ ଆଉ କୋଉ ବାକିଅଛି
ସମୟ ସୁଅରେ ପାଛି ପୋଛୁଛି
ଆଖି ମହୁମାଛି
ଅତୀତ ବସି ଭାବୁଛି
ମୁଁ ଅନୁଭୂତି ବଳେ ଶିଖାଇ କଳେ ବଳେ କୌଶଳେ
ମହୁମାଛି ଶିଖିବ ବସିଛି
ବୁଢ଼ିଆଣୀ ଜାଲ ପୁଣି ପକ୍ଷୀ ବସା ଢାଲ
ହୋଇ ସେ ହୋଇ ବେହାଲ
ଫୁଲରୁ ଫୁଲ ଉଡୁଅଛି
ଡେଣା ତାର ଭୋଦୁଆ ଭାଦ୍ରବରେ ଶୁଖିଛି
ଜୀବନର ସତ୍ୟ ଇଏ
କାଲି କଥା ଚାଲିଯାଏ ଆଜିକୁ ନଥାଏ
ଆପଣା ଛାଏଁ ସେ ବୁଝିଯାଇଛି.
ମୁଁ ଏକ ଗୁରୁ ବୋଲି ଅନ୍ତତଃ
ମହୁମାଛି ଉଡି ଉଡି ଫୁଲକୁ କହିଛି