STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ପଲ୍ଲୀପୁଷ୍ପ 

ପଲ୍ଲୀପୁଷ୍ପ 

1 min
1


ଏତେ ସୁଗନ୍ଧିତ ଓ ମହକିତ 
କେମିତି ପଲ୍ଲୀପୁଷ୍ପ ଭବେ 
ଭାବେ ଯେବେ ମୁଁହିଁ 
ମନ କହେ ପ୍ରଜାପତି ବସିନି 
ହୃଦୟ କହେ ମହୁମାଛି କିଛି ନେଇନି 
ଚୈତନ୍ୟ କହେ କେବଳ ମାଟି ମୁଠାକ ପାଇଁ 
ଫୁଲ ପଲ୍ଲୀର ଏମିତି ଯାଇଛି 
ସୁଗନ୍ଧିତ ସୁକୋମଳ ହୋଇ 
ଖରା ବର୍ଷା ଶୀତ କାକର ଖାଇ 
ମାଟି ଏଠି ମଟାଳ ଯାଇଛି ହୋଇ 
ହେଇ ଦେଖୁନ କାଶତଣ୍ଡୀ ଆସିଲାଣି ଧାଇଁ 
ମୁଣ୍ଡ ହଲେଇ ହଲେଇ 
ନଈ ପଠା ପରେ ହେଉଛି ଗେଲେଇ ଲଟେଇ 
ମାଆ ଦୁର୍ଗାଙ୍କ ପାଇଁ 
ଗେଣ୍ଡୁ ଫୁଟେ ମାଣବସା ଲଷ୍ମୀ ମାଇ ପାଇଁ 
ପଦ୍ମ ଓ କଇଁ ଚାହିଁଥାନ୍ତି ଭୋଦୁଆ ଭାଦ୍ରବ ଆସିବା ପାଇଁ 
ମାଆ ମଙ୍ଗଳା ସୁନ୍ଦର ଦିଶିବେ 
ପିନ୍ଧି ପଦ୍ମ କଇଁ, ଏକଦମ ଚାନ୍ଦମୁଁହିଁ 
ଆଉ ସବୁ ଦେବ ଦେବୀ ଗାଁ ଗୋଟାକର
ଫୁଲ ବିନା କୋଉ ପୂଜା ପାଇ!
ପଲ୍ଲୀପୁଷ୍ପ ବିକିଦେଇଛି ପରାଣ 
ଦିଅଁ ଦେବତାଙ୍କ ପାଇଁ
ଆଉ କାରେ ଚାହିଁନାହିଁ 
ଚାନ୍ଦକୁ ନୁହେଁ କୁମୁଦ 
ଅବା ଜହ୍ନକୁ ଚାହିଁବା ମନା ଏଠି ନୀଳକଇଁ ପାଇଁ 
ତିନି ଗାର ଡେଇଁ 
ଯିବା ବା କଣ ଦରକାର 
ଫୁଲ ପାଇଁ ଗାଁରେ ସବୁ ଅଛି ରହି 
ମାଟି କୋଦାଳ, ଚାଙ୍ଗୁଡ଼ି ଆଙ୍କୁଡ଼ି କଣ ଏଠି ନାହିଁ 
ପଲ୍ଲୀପୁଷ୍ପ ସେଥିପାଇଁ ଖୁବ ସୁନ୍ଦର ଦିଶଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action