କୃଷ୍ଣ ହେ
,,,,,,,,,,,,,,
କୃଷ୍ଣ ହେ ତୁମେ ନୁଁହଁ କାହାର!
ତୁମେ ଭାବ ଭକ୍ତିରେ ମୀରାଙ୍କର
ତୁମେ ପ୍ରେମ ଭକ୍ତିରେ ରାଧାଙ୍କର
ତୁମେ ମମତା ଭକ୍ତିରେ ଯଶୋଦାଙ୍କର
ତୁମେ ସ୍ନେହ ଭକ୍ତିରେ ଦେବେକୀଙ୍କର
ତୁମେ ପୁତ୍ର ମୋହ ଭକ୍ତିରେ ବସୁଦେବଙ୍କର
ତୁମେ ମାୟା ଭକ୍ତିରେ ନନ୍ଦଙ୍କର!
ତୁମ ଜନ୍ମ ଦିନେ ହେ ଇଶ୍ୱର
ସ୍ୱର୍ଗ ରାଇଜରେ ଫୁଟିବ ପଦ୍ମ ପ୍ରେମ ଭକ୍ତିର
ମୋ ଭିତରେ ମୁଁ ଭକ୍ତି ଭାବନାରେ
ସମର୍ପି ଦେଇଛି ରଖ କରି ନିଜର
ତୁମ ଜନ୍ମଦିନ ଧରା ଧାମର
ଶଙ୍ଖ ହୁଳହୁଳି ପକାନ୍ତି ବାଳୀ ସତ୍ୱର
ତୁମେ କୁହ ତୁମେ ସତେ କାହାର
ଭାବୁଛି ତୁମେ ଦେବଙ୍କର ନା ନାରଦଙ୍କର
ବୀଣା ବଜାଇ ନାଚନ୍ତି ନାରଦ ମୁନି
କିଏ ଆସେରେ ଧରା ନାଚେରେ
ପୁଲକେ ମନ ହଜେରେ ଗୋଲକେ ଆଜି
ପଢାରିବେ ଇଶ୍ୱର କୃଷ୍ଣ ନାମର
ସେ ରସ ଅମୃତ ପାନ ରେ ଆଦୃତ
ନରାନାରୀଙ୍କର ଭକ୍ତି ସ୍ୱାକ୍ଷର.