ପକ୍ଷୀଟିଏ ସିଏ ଉଡିଯିବ
ଡେଣା ମେଲେଇ
ଗୁରୁ ଜ୍ଞାନ ଶିକ୍ଷା ନିଜେ
ନିଜକୁ ଦେଇ ପାରଇ
ବସା ବୁଣିବାରେ ଛୁଆ ପାଳିବାରେ
ତା ପରି କୋଉଠି କିଏ ନାହିଁ
ମାଆଟିଏ ଗୁରୁ ସିଏ
ପଣତେ ଲୁହ ଲହୁ ଚୋରେଇ ଛପେଇ
ମୁଣ୍ଡରେ ଓଢଣା ଭିତରେ ନିଜ
ଦୁଃଖ ଢାଙ୍କି ଅନ୍ୟକୁ ସୁଖୀ କରାଇ
ପିଠି ଆଉଁସି ବାପା ଦିଅନ୍ତି ବତାଇ
ଅଳସୁଆ ହେଲେ ଚଳିବ ନାହିଁ
ସାହାସୀ ଧର୍ଯ୍ୟବାନ ହେବୁ ଯେବେ ତୁହି
ଜୀବନେ ଆସୁଥିବା ଦୁଃଖ କଷ୍ଟ ଆଡେଇ
ଛିଡା ହେବାପାଇଁ ବଳ ଗୋଟେଇ
ସାମର୍ଥ୍ୟ ଓ ଶକ୍ତି ପୁଣି ଜ୍ଞାନ ଦେଖାଇ
ଶିକ୍ଷକ ଗୁରୁ ଦିଅନ୍ତି ବତାଇ
ଆଙ୍ଗୁଠି ଦେଖାଇ କେବେ ଶିଖେଇ
ଅନ୍ଧକାରରୁ ଆଲୋକ ଆଡକୁ ଦେଖେ ତୁହି
ପୁଣି କହନ୍ତି ଅବଧୂତଙ୍କର ଚବିଶ ଗୁରୁଙ୍କ
ଭିତରେ ଥିବା ଭିର୍ନ୍ନ ଭିର୍ନ୍ନ ଜ୍ଞାନ ଆପଣେଇ
ମଣିଷ ପରି ମଣିଷଟେ ହୋଇଯା ତୁହି
ଭଲ ମଣିଷଟେ ଦୁନିଆଁ କହି
ଗଛ ଠାରୁ ଶିଖି
ମାଛଠାରୁ ଦେଖି
ଦୁନିଆଁ ଖବର ଜାଣିବୁ ତୁହି
,,,,,,,,,,,,,,